ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ପରିଚାଳନା ନିଦ୍ଦେର୍ଶକ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ପ୍ରଥମେ ବେରବୋଇ ଗାନ୍ଧୀ ସ୍ମୃତି ପୀଠସ୍ଥ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉତ୍ତରୀୟ ଓ ପୁଷ୍ପ ମାଲ୍ୟାର୍ପଣ କରି ରାମଧୁନ କରାଯାଇଥିଲା ଏବଂ ଡେଲାଙ୍ଗ ଅଞ୍ଚଳକୁ ନିଶାମୁକ୍ତ ଅଞ୍ଚଳ ଘୋଷଣା କରିବା ପାଇଁ ସରକାରଙ୍କୁ ଦାବୀ କରାଯାଇଥିଲା । ପରେପରେ ଘୋରଡିଆ ବାରବାଟି ଠାରେ ପବିତ୍ର ଗାନ୍ଧୀ ଓ ଶାସ୍ରୀ ଜୟନ୍ତୀ କୋଭିଡ କଟକଣା ମାନି ପାଳିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ଏମ୍‌ଡି ଶ୍ରୀ ଧାଉଡିଆ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୀବନାଦର୍ଶ, ତ୍ୟାଗ, ନିଷ୍ଠା, ସତ୍ୟବଦ୍ଧତା ଆଦିର ସ୍ମୃତିଚାରଣ ପୂର୍ବକ ଯୁବ ସମାଜ ଏହି ୨ ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ । ଏଥିସହ ସାମୁହିକ ଭାବେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାପର୍ଣ ସହ ଶ୍ରଦ୍ଧାଜ୍ଞଳିଅର୍ପଣ କରାଯାଇଥିଲା । ଏଥିରେ ସାମାଜସେବୀ ଦୁର୍ଯ୍ୟୋଧନ ଜେନା, ସୁଚିସ୍ମିତା ରାଉତରାୟ, ବାବୁରାମ ଦାସ, ଗୀତାରାଣୀ ରଣଜିତ, ଦିଲ୍ଲୀପ ସୁନ୍ଦରାୟ, ମାନସ ପରିଡା, ଶ୍ରୀନିବାସ ପାତ୍ର, ଚନ୍ଦ୍ର ଶେଖର ବିଶ୍ୱାଳ, ତରୁଣ କାନ୍ତ ସ୍ୱାଇଁ ପ୍ରମୂଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.