ବୀର ସୁରେନ୍ଦ୍ର ସାଏ କ୍ଳବ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଧାଙ୍ଗେର ଗ୍ରାମ ନୂଆପଡ଼ା ଠାରେ ବୀର ସୁରେନ୍ଦ୍ର ସାଏ କ୍ଳବ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମନବୋଧ ବଞ୍ଛୋର, ଛାତ୍ର ନେତା ଅଭିଷେକ ନାୟକ, ଗୌରବ ପତି ଏବଂ ଭି.ଏସ.ଏସ କ୍ଲବ ସଭାପତି ସୁଦାମ ବାଙ୍କ ଉଦବୋଧନ ଦେଇଥିଲେ । ଏହି ସଭାରେ ଛାତ୍ର ଏବଂ ଯୁବ ପୀଢ଼ି କେମିତି ଆଗକୁ ବଢ଼ିବେ ନିଜ ଜନ୍ମମାଟ ର ସମ୍ମାନ ରଖିବେ ତାହା ଆହ୍ବାନ କରାଗଲା ଏବଂ ଆମ ସହିତ ଗୋଟିଏ ଯୁବ ସମାଜସେବୀ ଶ୍ରୀ ଜି. ରମେଶ ଯିଏ କି ସାରାଦେଶରେ କରୋନା ମହାମାରୀ ଚାଲିଥିବା ବେଳେ ଏହି ସମୟରେ ନିଜ ଶରୀର ଓ ଘର କଥା ନ ଭାବି ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.