ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଦିବସ ଅବସରରେ ସ୍ମୃତିଚାରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆଜି ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏକ ଆନୁଷ୍ଠାନିକ ସ୍ମୃତିସଭାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ହରିଜନ ମୋର୍ଚ୍ଚା ସେଲ୍ ସଂଯୋଜକ ଭାଗିରଥୀ ବେହେରାଙ୍କ ନେତ୍ତୃତ୍ୱରେ ଛତ୍ରପୁର ଉପର- ବସଷ୍ଟାଣ୍ଡଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ-ମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ଏବଂ ସେଠି ସ୍ମୃତିଚାରଣ କରାଯାଇ ରାଜୀବ ଗାନ୍ଧୀଙ୍କ ଆଦର୍ଶ ଜୀବନ ଓ ଚିନ୍ତାଧାରା ଜନମାନସକୁ ଉଦ୍‌ବୁଦ୍ଧ କରିବା ଆବଶ୍ୟକ ବୋଲି ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ବରିଷ୍ଠ ନେତା ତଥା ସମାଜସେବୀ କାଳିଆ ରାଉଳ, ଅଶୋକ ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ଜଳାଲ୍ ଖାଁନ୍, ଯୁବ ନେତା ବଳିଆ ବେହେରା, ଛାତ୍ର ନେତା ମହେଶ କୁମାର ଗୌଡ଼, ଚକ୍ରପାଣି ପଲେଇ, ହୃଷିକେଶ ବେହେରା, ଭବାନୀ ବେହେରା, ଶ୍ରୀନିବାସ ରାଓ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.