jayashree

ସଂସ୍କୃତ ପରିଷଦ ବଲାଙ୍ଗିର ଆନୁକୂଲ୍ୟରେ ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ସଭାଗୃହରେ ସଂସ୍କୃତ ପରିଷଦ ବଲାଙ୍ଗିର ତରଫରୁ ନିଳମଣି ମିଶ୍ରଙ୍କ ସଭାପତିତ୍ୱରେ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଦୀପ ପ୍ରଜ୍ୱଳନ ସମୟରେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ମଙ୍ଗଳାଚରଣ ଓ ବେଦପାଠ କରିଥିଲେ । ଡ. ଦୈତାରୀ ପୂଜାରୀ ମଂଚ ପରିଚାଳନା କରିବା ସହିତ ଭାରତୀୟ ସଂସ୍କୃତି ଓ ଧର୍ମକୁ ଶଙ୍କରାଚାର୍ଯ୍ୟଙ୍କ ଦାନ ଅତୁଳନୀୟ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ପଣ୍ଡିତ ଟିକେଶ୍ୱର ଗୁରୁ ଶଙ୍କରାଚାର୍ଯ୍ୟଙ୍କର ଜୀବନୀ, ତିିନିଋଣ ଓ ପୁରୁଷାର୍ଥ ଚତୁଷ୍ଟୟ ସମ୍ବନ୍ଧରେ ଉଦ୍‌ବୋଧନ ଦେଇଥିଲେ । ଧନଞ୍ଜୟ ମିଶ୍ର ସହସଂପାଦକ ଅଦ୍ୱୈତ ସିଦ୍ଧାନ୍ତ ସମ୍ବନ୍ଧରେ ସୂଚନା ଦେଇଥିଲେ । ବଂଶୀଧର ଦାବୀ ତତ୍ତ୍ୱମସି ଓ ବ୍ରହ୍ମୋସ୍ମି ବିଷୟରେ ଆଲୋଚନା କରିଥିଲେ । କୋଷାଧ୍ୟକ୍ଷ ରାଜ କିଶୋର ପଣ୍ଡା ସାଂସାରିକ କ୍ଷେତ୍ରରେ ଆଧ୍ୟାତ୍ମିକତା ସୃଷ୍ଟି କରିବାରେ ଶଙ୍କରାଚାର୍ଯ୍ୟଙ୍କ ଗ୍ରନ୍ଥ ଗୁଡିକ କେତେଦୂର ସହାୟକ ତାକୁ ନେଇ ମୋହ ମୁଦ୍‌ଗର ଗ୍ରନ୍ଥର କେତୋଟି ଧାଡି ଆବୃତ୍ତି କରିଥିଲେ । ସମ୍ପାଦକ ଆଇନଜୀବୀ ଜୟରାମ ମିଶ୍ର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସଂସ୍କୃତ ଓ ସଂସ୍କୃତି ପ୍ରତି ଅନୁରାଗୀ ହେବା ସହିତ ପରିଷଦର ମଙ୍ଗଳ କାମନା କରି ଉପସ୍ଥିତ ସମସ୍ତଙ୍କୁ ଅନୁଷ୍ଠାନିକ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା । ସହସଂପାଦକ ସଂକୀର୍ତ୍ତନ ତ୍ରିପାଠୀ ସହଯୋଗ କରିଥିବା ବେଳେ ସଭାରେ ଆହ୍ଲାଦ କୁମାର ପୂଜାରୀ, ପୁରୁଷୋତ୍ତମ ପଣ୍ଡା, ବିଶ୍ୱନାଥ ଶତପଥୀ, ବନମାଳି ନନ୍ଦ, କପିଳ ପତି, ମଦନ ମୋହନ ରଥ, ପ୍ରଶାନ୍ତ ମହାକୁର, ପ୍ରସନ୍ନ କୁମାର ମିଶ୍ର, ଗିରିଜା ଶଙ୍କର ରଥ, ହୃଷିକେଶ ପୁରୋହିତ, ମଧୁସୁଦନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.