oom

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ୧୩୨ତମ ଡ଼. ବି. ଆର୍. ଆମ୍ବେଦକର ଜୟନ୍ତୀ ପାଳିତ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଆମ୍ବେଦକରନଗର ଠାରେ ଡ଼. ବି. ଆର୍‌. ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ବଙ୍ଗୋମୁଣ୍ଡା ଆମ୍ବେଦକର ଜୟନ୍ତୀ କମିଟି ପକ୍ଷରୁ ପ୍ରଥମେ ଆମ୍ବେଦକରନଗରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଆମ୍ବେଦକର ଛକରେ ପହଞ୍ଚିଥିଲେ । ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଆୟୋଜିତ ସାଧାରଣ ସଭାରେ ବ୍ଲକସ୍ତରୀୟ ଡ଼. ବି.ଆର୍‌. ଆମ୍ବେଦକରଙ୍କ ଜୟନ୍ତୀରେ ବଙ୍ଗୋମୁଣ୍ଡା ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ମୁଖ୍ୟବକ୍ତା ଭାବେ ଟିଟିଲାଗଡ଼ ଡିଏଭି କଲେଜ ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ସତ୍ୟରାଣୀ ସୁନା, ସମ୍ମାନିତ ଅତିଥି ଭାବେ ମନ୍ମଥ କୁମାର ଦାସ, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ନୂଆପଡା ଜିଲ୍ଲା ଗଣ୍ଡା ସମାଜ ସଭାପତି ଫକୀର ମୋହନ ଜଗତ, ସମାଜସେବୀ ଜିତେନ୍ଦ୍ର ହଂସ, ଦଳିତ ନେତା ମାଂଗେ କୁମ୍ଭାର, ଲକ୍ଷେ ଘର ଗଣ୍ଡା ସମାଜ ବ୍ଲକ ସଭାପତି କୈଳାସ ବାଗ, ଯୁବ ଆଇନଜୀବୀ ଭବାନୀ ଶଙ୍କର ରାଓ, କାର୍ଯ୍ୟକାରୀ ସଭାପତି ଦିବାକର ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼. ବି.ଆର୍. ଆମ୍ବେଦକର ଥିଲେ ଜ୍ଞାନର ପ୍ରତୀକ । ଶିକ୍ଷା ହିଁ ଆଲୋକ । ଏଣୁ ପ୍ରତ୍ୟେକ ଲୋକ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ବୋଲି ଡ଼. ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ହରିରାମ ସତନାମୀ ସଭା ସଂଯୋଜନା କରିଥିଲେ । ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ଯୋଗୁଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ । ଏଥିରେ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.