jayashree

ବାବା ସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ

  • ଜିଲ୍ଲା ଦଳିତ ସମାଜର ବିଶାଳ ଶୋଭାଯାତ୍ରା
  • ଜୟ ଭୀମ ନାରାରେ କଂପିଲା ବଲାଙ୍ଗିର ସହର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ସଦର ମହକୁମାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା କୋଶଳ କଳାମଣ୍ଡଳ ପଡିଆରୁ ବାହାରି ଭାଗିରଥି ଛକ, ପିପି ଏକାଡେମୀ ଛକ, ବିକ୍ରମ ଛକ, ଡେଲି ମାର୍କେଟ, ସମଲେଶ୍ୱରୀ ମନ୍ଦିର ଛକ, ପାଟଣେଶ୍ୱରୀ ମନ୍ଦିର, ମହାଦେବ ମନ୍ଦିର ଛକ, ପାଟଣା ହୋଟେଲ ଛକ ଓ ସରକାରୀ ବସ୍‌ଷ୍ଟାଣ୍ଡ ହୋଇ କଚେରୀ ଛକ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତି ଠାରେ ପହଂଚିଥିଲା । ସେଠାରେ ସମାଜର କର୍ମକର୍ତ୍ତାମାନେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଶୋଭାଯାତ୍ରାରେ ଦୁଇ ଯୋଡି ଗଣ୍ଡବଜା, ଆଦିବାସୀ ଡକା ନୃତ୍ୟ ଓ ଡିଜେ ସାମିଲ ଥିଲା । ଶୋଭାଯାତ୍ରାରେ ସାମିଲ ଥିବା ହଜାର ହଜାର ମହିଳା ଓ ପୁରୁଷ ବାଜାର ତାଳେତାଳେ ନୃତ୍ୟ କରିବା ସହିତ ଜୟ ଭୀମ ନାରାରେ ସାରା ସହର ପ୍ରକମ୍ପିତ କରିଥିଲେ । ଶୋଭାଯାତ୍ରା ସମୟରେ ସହର ସାରା ସମାଜ ତରଫରୁ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଶୋଭାଯାତ୍ରାରେ ୩ ହଜାରରୁ ଅଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରା ପରେ ଟାଉନ ହଲ୍‌ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଜିଲ୍ଲା ଦଳିତ ସମାଜର ସଭାପତି କୁନା ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ କାଉନସିଲର୍‌ ଶମ୍ଭୁ ନାଗ, ଶିକ୍ଷାବିତ୍‌ ନେପାଳ ଚନ୍ଦ୍ର ବାଗ, ଅବସରପ୍ରାପ୍ତ ଶିକ୍ଷକ ବାସୁଦେବ ମୁଗ୍ରୀ ଓ ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାନେତ୍ରୀ ସବିତା ନନ୍ଦ ପ୍ରମୁଖ ମଂଚାସୀନ ଥିବା ବେଳେ ରଘୁନାଥ ମୁଗ୍ରୀ ଓ ଦ୍ରୋଣ କୁମ୍ଭାର ନିଜର ମତାମତ ରଖିଥିଲେ । ବାବା ସାହେବ ଏକ ସମତାଭିତ୍ତିକ ସମାଜର ସପ୍ନ ଦେଖିଥିଲେ । ସାମ୍ପ୍ରତିକ ସମୟରେ ସମ୍ବିଧାନ ପ୍ରତି ବିପଦ ଦେଖାଦେଇଛି । ତେଣୁ ସମ୍ବିଧାନର ସୁରକ୍ଷା ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ବୋଲି ମଂଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶୋଭାଯାତ୍ରାରେ ଗୋଣ୍ଡୱାନା ଗୋଣ୍ଡ ସମାଜର ମୀନକେତନ ମାଝି ଓ ଗଣେଷ ମାଝିଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତମାନେ ସକ୍ରିୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଜୟ ବାରିକ, କାଉନସିଲର୍‌ କିଶୋର କୁମ୍ଭାର, ଭୁବନ ନାଗ, ସୂର୍ଯ୍ୟମଣୀ ସୁନା, ଦିନେଶ ନାଗ, ଲଳିତା ଦୀପ, କଳ୍ପନା ବିହାରୀ, ସୁଶିଲ ହରପାଲ, ରଂଜନ, ସୁନୀଲ, ମୁଗ୍ରୀ, ରଶ୍ମୀ ରଂଜନ ବାଗ, ତ୍ରିଲୋଚନ ନନ୍ଦ, ନଳିନ ଦୀପ, ଦେବରାଜ ମହାନନ୍ଦ, ତରଣୀସେ ଦୀପ, ମଙ୍ଗଳୁ ତାଣ୍ଡି, ନେପାଳ ବାଗ, ସୁଜିତ ଦୀପ, ମନୋଜ ଦୀପ ଓ ଅମିନ୍ଦ୍ର ମେହେର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.