ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସମ୍ବାଦ ସାହିତ୍ୟ ଘର ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ସଂସ୍କୃତ ବିଶାରଦ, ପୌରୁଷର ପ୍ରତିଷ୍ଠାତା, ପ୍ରାବନ୍ଧିକ ଓ ସୁସାହିତ୍ୟିକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୬ତମ ଜନ୍ମ ଜୟନ୍ତୀ କୋଏଲନଗର ସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ସଭ୍ୟମାନେ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଉପଦେଷ୍ଟା ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ବ୍ରଜେନ୍ଦ୍ର ଦାସ ସଭାପତିତ୍ୱ କରିଥିଲେ । ସାଧାରଣ ସମ୍ପାଦକ ପ୍ରଶାନ୍ତ ଦାସ, ସଭାପତି ଆଲୋକ ମଲ୍ଲିକ, ଉପସଭାପତି ରାମକୃଷ୍ଣ ତ୍ରିପାଠୀ, ସମ୍ପାଦକ ଜଗନ୍ନାଥ ରାଉତ, ମିତା ପ୍ରଧାନ, କୋଷାଧ୍ୟକ୍ଷ ଜ୍ୟୋତିର୍ମୟ ଆଚାର୍ଯ୍ୟ, ସାଂସ୍କୃତିକ ସମ୍ପାଦକ ବିଭୁ ନାୟକ, କାର୍ଯ୍ୟକାରୀ ସଦସ୍ୟ ବିଭୁତି ଭୁଷଣ ଦାସ ପ୍ରମୁଖ ଅନେକ ସଭ୍ୟ ଜାନକୀବଲ୍ଲଭଙ୍କ ପ୍ରତ୍ୟୁତ୍ପନ୍ନ ମସ୍ତିଷ୍କ, ଦୂରଦର୍ଶୀତା, ବିଚକ୍ଷଣ ରାଜନୈତିକ କୌଶଳ, ପୁସ୍ତକ ରଚନା ଶିଳ୍ପ, କ୍ରୀଡା, ଭାଷା, ସଂସ୍କୃତି ଓ ସର୍ବୋପରି ଓଡ଼ିଶା ପ୍ରଗତିର ଅବଦାନ ସମ୍ବନ୍ଧରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ପଟ୍ଟନାୟକ, ଡଲିରାଣି ବ୍ରହ୍ମା, ଚିତ୍ତରଞ୍ଜନ ବ୍ରହ୍ମା, ବବି ମହାଳିକ, ଗୟାଧର ମହାଳିକ, ବିରେନ ଟୁଡୁ, କିଶୋର ଦାସ, କନକଲତା ମିଶ୍ର, ବିନୋଦିନୀ ନନ୍ଦ, କିଶୋର ନନ୍ଦ, ସୌମେନ୍ଦ୍ର ଭୁୟାଁ, ସୁମନ୍ତ ଉପାଧ୍ୟାୟ ଓ ଅଭିରାମ ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସହ କୋଷାଧ୍ୟକ୍ଷ ତ୍ରିଲୋଚନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post