ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱ।ଧୀନତା ଦେବି ସ୍ଳୋଗାନର ଜନ ନାୟକ ନେତାଜୀ ସୁବାଷ ବୋଷ ଓ ପଶ୍ଚିମ ଓଡ଼ିଶାର ବୀରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ କୋଭିଡ ମହାମାରୀର ନିୟମକୁ ଅନୁସରଣ କରି ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଶିକ୍ଷକ କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି, ଅଗସ୍ତି ମାଝୀ ଓ ଛିନେ ମାଝୀ ଉପସ୍ଥିତ ଥିଲେ । ଠିକ୍‌ ସେହିପରି ଚଟୁଅନକାସ୍ଥିତ ଅଙ୍ଗନବାଡ଼ି ‘ଖ’ କେନ୍ଦ୍ରରେ ମଧ୍ୟ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଥିଲା । ଏହି ଅବସରରେ ଅତିଥି ଭାବରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ମାଳି ସମାଜ ସଭାପତି କବିରାଜ ପୁଟେଲ, ଓ ଅଙ୍ଗନବାଡି କର୍ମୀ ସଙ୍ଗୀତା ବଏ ଉପସ୍ଥିତ ଥିଲେ ।

Leave A Reply

Your email address will not be published.