om academy

ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୦୬ତମ ଜୟନ୍ତୀ ଦିବସ ପାଳିତ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଦଳାଠାରେ ଶନିବାର ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୦୬ତମ ଜୟନ୍ତୀ ଦିବସ ଦିବ୍ୟଜୀବନ ସଂଘ ଶାଖା ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରାତଃକାଳୀନ ନଗର ସଂକୀର୍ତ୍ତନ, ଗୀତାପାଠ, ନାମଯଜ୍ଞ, ସ୍ୱାଧ୍ୟାୟ, ଦରିଦ୍ର ନାରାୟଣ ସେବା, ପ୍ରସାଦ ସେବନ, ଭିନ୍ନକ୍ଷମ ସ୍କୁଲରେ ମିଷ୍ଟାନ୍ନ ବଣ୍ଟନ ଓ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିବ୍ୟଜୀବନ ସଂଘ ଶାଖା ସଭାପତି ଉପମନ୍ୟୁ ଶତପଥୀ, କୋଷାଧ୍ୟକ୍ଷ ଶିବ ପ୍ରସାଦ ପାତ୍ର, ସ୍ୱେଚ୍ଛାସେବୀ ଗୋପବନ୍ଧୁ ଆଚାରୀ, ସମ୍ପାଦକ ରମେଶ ବାଡ଼ତ୍ୟା, ଉପଦେଷ୍ଟା କ୍ଷୀରସିନ୍ଧୁ ପାତ୍ର ଏବଂ ଅନ୍ୟାନ୍ୟ ସଭ୍ୟ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.