ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଗାନ୍ଧି ପାଠାଗାରରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ପ୍ରାତଃ ରାମଧୂନ ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ଗାନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକ, ସମ୍ପାଦକ ପ୍ରଦୀପ ସାହୁଙ୍କ ସହ ପାଠାଗାରର ବରିଷ୍ଠ ସଭ୍ୟ ସଭ୍ୟା ତଥା ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରି ଗାନ୍ଧିଜୀଙ୍କ ଅହିଂସା ନୀତିର ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱ ପାଇଁ ଜରୁରୀ ବୋଲି ଉପସ୍ଥିତ ବକ୍ତାମାନେ ଉଦ୍ବୋଧନ ଦେଇଥିଲେ । ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମତିଥିରେ ତାଙ୍କୁ ମଧ୍ୟ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପାଠାଗାରର ଉପସଭାପତି ସନ୍ତକ ବହିଦାର, ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତ, ସୂର୍ଯ୍ୟ ପୁରୋହିତ, ଧର୍ମବ୍ରତ ରଥ, ସଭ୍ୟ ରାଜେନ୍ଦ୍ର ମିଶ୍ର, ଦୁର୍ଗା ସାହୁ, ଜିତେନ୍ଦ୍ର ନାଗ, ରିଆଜ ଖାନ, ଅବଦୁଲ ରଜାକ, ଚିତ୍ତ ସାହୁ, ମହେନ୍ଦ୍ର ବାଗ, ଜିତୁ ମଟାରୀ, ଶିବେନ୍ଦ୍ର ସାହୁ, ଦାଶରଥି ସାହୁ, ପ୍ରମୋଦ ପ୍ରଧାନ, ସଂଜୀବ ସାହୁ, ପ୍ରମୋଦ ସାହୁ, ବାବୁ ଶ୍ରୀଚନ୍ଦନ, କୁନୁ ପାତ୍ର, ସୁରେଶ ମିଶ୍ର, ଦିଲ୍ଲୀପ ସାହୁ, ଅଜିତ ପଣ୍ଡା, ସୁରେଶ ଅଗ୍ରୱାଲ, ଯଶବୀର ସିଂ, ନବୀନ ନନ୍ଦ, ଅଶୋକ ଚାନ୍ଦ, ମହିଳା ସଦସ୍ୟା ବନେଶ୍ୱରୀ ବେହେରା, ଦମୟନ୍ତୀ ବାଗ, ଲିନା ମହାନ୍ତି, ସବିତା ବେହେରା ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।