ପାଇକମାଲରେ ବିଜେପି ପକ୍ଷରୁ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିଜେପି କାର୍ଯ୍ୟାଳୟ ଠାରେ ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ପାଇକମାଲ ବିଜେପି ମଣ୍ଡଳ ସଭାପତି ଅକ୍ଷୟ ସାହୁଙ୍କ ସଭାପତିତ୍ୱରେ ମଣ୍ଡଳ ଉପସଭାପତି ସୁଶାନ୍ତ ନାଗଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଭାରୀ ଭାବରେ ଡା. ଲମ୍ବୋଦର ପଣ୍ଡା ଯୋଗଦେଇ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଜୀବନ ଉପରେ ଆଲୋକପାତ କରିଥିଲେ । ପ୍ରଥମେ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ସମସ୍ତ ବିଜେପି କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ପୂର୍ବତନ ମଣ୍ଡଳ ସଭାପତି କୈଳାସ ଦିଶ୍ରୀ, ଯୁବନେତା ଯୋଗେନ୍ଦ୍ର ଭୋଇ, ଏମ୍‌ଡି ରାଜା, ପର୍ଶୁରାମ ନାଏକ, ତିଳକ ରଣା, ଗୁଣ ନାଗ, ରାଜେନ୍ଦ୍ର ସାହୁ, ଇନ୍ଦ୍ରଜିତ ଭୋଇ, ହିରାଧର ବିହାର, ରାଜେନ୍ଦ୍ର ସେଠ, ନନ୍ଦି ନନ୍ଦ, କନୁ ସାହୁଙ୍କ ସମେତ ବିଜେପିର କର୍ମକର୍ତ୍ତା ତଥା ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.