କଳାହାଣ୍ଡି : କଳାହାଣ୍ଡିର ଦିବ୍ୟ ଜୀବନ ସଂଘ, ଜୟପାଟଣା ଶାଖାରେ ଆଜି ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠାତା ସ୍ଵାମୀ ଶିବାନନ୍ଦ ସରସ୍ଵତୀଙ୍କ ଜନ୍ମ ଜୟନ୍ତୀ ଏକ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରାଯାଇଛି । ଜୟପାଟଣା ଦିବ୍ୟ ଜୀବନ ସଂଘର ସଭାପତି ସ୍ଵାମୀ ପୂର୍ଣ୍ଣାନନ୍ଦ ପୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ଶାଖାର କାର୍ଯ୍ୟକର୍ତ୍ତାଙ୍କ ସହ ବରିଷ୍ଠ ସଦସ୍ୟ ସଦସ୍ୟାଗଣ ଯୋଗଦେଇଥିଲେ । ଦୁର୍ଲ୍ଲଭ ମନୁଷ୍ୟ ଜୀବନର ବାସ୍ତବତା ସମ୍ପର୍କରେ ଅତି ପ୍ରାଞ୍ଜଳ ଭାବରେ ପରମ ଜ୍ଞାନୀ ସ୍ଵାମୀ ପୂର୍ଣ୍ଣାନନ୍ଦ ପୁରୀ ଶିବାନନ୍ଦଙ୍କ ଭକ୍ତିରେ ନିଜେ ନିଜକୁ ହଜାଇ ଦେଇଥିବା ଭକ୍ତବୃନ୍ଦଙ୍କୁ ମାର୍ଗ ଦର୍ଶନ କରିଥିଲେ । ଗୁପ୍ତେଶ୍ୱର ପଣ୍ଡା, ହରେକୃଷ୍ଣ ଦାସ, ପ୍ରଦ୍ୟୁମ୍ନ ପଣ୍ଡା, ଅଶ୍ଵିନ ପଣ୍ଡା ସହ ନରେଶ ପଣ୍ଡା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ୧୮୮୭ ମସିହା ସେପ୍ଟେମ୍ବର ୮ ତାରିଖର ଅମୃତବେଳାରେ ଶିବାନନ୍ଦଜୀ ଜନ୍ମଗ୍ରହଣ କରିଥିଲେ ଓ ପ୍ରକୃତରେ ଜୀବନକୁ କିଭଳି ଦିବ୍ୟମୟ କରିହେବ ତାଙ୍କ ଜୀବନର ବିଭିନ୍ନ ଘଟଣାରୁ ସେ ସ୍ୱୟଂ ଦିବ୍ୟତାର ଉଦାହରଣ ସାଜିଥିଲେ ।