
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ୧୩୫ତମ ଆମ୍ବେଦକର ଜୟନ୍ତୀ ଶ୍ରୀ ଶ୍ରୀ ନୃସିଂହନାଥ ଆଇଓସିଏଲ୍ ଗେଷ୍ଟ ହାଉସ ଠାରେ ରାଧେଶ୍ୟାମ ମେହେର ଓ ଦୟାନିଧି କୈବର୍ତ୍ତ ସହଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବରେ ଚୈତରାମ ନାଏକ ରାଜ୍ୟସଭାପତି ଅନୁସୂଚିତ ଜାତି ଓ ଜନଜାତି ଓଡ଼ିଶା, ସମ୍ମାନିତ ଅତିଥି ଶ୍ରୀମତୀ ତୁଳାବତୀ ତାଣ୍ଡି, ସରପଞ୍ଚ ପାଇକମାଲ ଓ ନୂଆପଡ଼ା ଜିଲ୍ଲାର ବରିଷ୍ଠ ଶିକ୍ଷକ ଟିକେଶ୍ୱର ମାଝୀ, ବୈଷ୍ଣବ ଭୋଇ ଏବଂ ଠୁବୁ ମାଝୀ ଅତିଥି ଭାବରେ ଯୋଗଦାନ କରି ଡ. ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଏବଂ ଭାରତୀୟ ସମ୍ବିଧାନ ଉପରେ ଅନେକ ଗୁଡ଼ିଏ ଦିଗଦର୍ଶନ ଦେଇ ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବଟିକୁ ସଫଳତାର ସହ ସମାପନ କରିବା ପାଇଁ ନିଧି ମେହେର, ରଞ୍ଜନ ବାଗ, ସୁଜାତା ଧରୁଆ, ପୁଷ୍ପା ରାଉତ, ରୀନା ବାଗ, ତିଲୋତ୍ତମା ନାଗ, ଲମ୍ବୋଦର ଭୋଇ, ପଦ୍ମଲୋଚନ ଭୋଇ ଓ ବଜରଙ୍ଗ ବାରିକ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ସୁଜାତା ଧରୁଆ ଧନ୍ୟବାଦ ଅର୍ପଣ କରି ଉତ୍ସବଟିକୁ ସଭାପତିଙ୍କ ଆଦେଶ କ୍ରମେ ସଭାସାଙ୍ଗ କରିଥିଲେ ।