oom

ଲୋଇସିଂହାରେ ଆମ୍ବେଦକର ଜୟନ୍ତୀ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଲୋଇସିଂହା ସ୍ଥିତ ଆଦିବାସୀ ଭବନ ଠାରେ ପାଳିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ୍ବେଦକର ଓ ବିର୍ସାମୁଣ୍ଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଏକ ନୂତନ ଗ୍ରନ୍ଥାଗାର ଉଦ୍‌ଘାଟନ କରିଥିଲେ । “ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଘର୍ଷ କର”- ବାବାସାହେବଙ୍କ ଏହି ବାର୍ତ୍ତାଟିକୁ ମନ୍ତ୍ରୀ ଡ. ମହାଲିଙ୍ଗ ଉପସ୍ଥିତ ଆଦିବାସୀ ଭାଇମାନଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ଶ୍ୟାମସୁନ୍ଦର ଭୋଇଙ୍କ ସମେତ ଆଗଲପୁର ବ୍ଲକ ସଭାପତି ବଳଦେବ ଭୋଇ, ଲୋଇସିଂହା ସମ୍ପାଦକ ଗୋପାଳ ମିର୍ଦ୍ଧା, ମାଧବ ଭୋଇ, ଲଳିତ ମୋହନ ପୁଟା, ରୁକ୍ମଣ ଧରୁଆ, ଚନ୍ଦ୍ରଶେଖର କୁଅଁର, ଦାଶରଥୀ ଭୋଇ, ସାଗର ରଞ୍ଜନ ବିଶ୍ୱାଳ, ବୀରକିଶୋର ବାଗ, ଗୋବର୍ଧନ ଧରୁଆ, ଦେବାଶିଷ ବିଶୋଇ, ଫକୀର ପଧାନ, ଗୋବିନ୍ଦ ଭୋଇ, ଯୁବରାଜ ସିଂ ଗଡ଼ତ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଲୋଇସିଂହା ବ୍ଲକ ସଭାପତି ଦଶରଥ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.