oom

ବାବା ସାହେବ ଆମ୍ବେଦକର ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗେଟସରୋବରପଡା ସ୍ଥିତ ଡ. ବି.ଆର. ଆମ୍ବେଦକର କ୍ଲବ ପରିସରରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକେଶ୍ୱର ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ଉପସ୍ଥିତ ଥିବା ସଭ୍ୟମାନେ ମତାମତ ଦେଇଥିଲେ ଯେ ବିଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ଜୟନ୍ତୀ ମହାସମାରୋହରେ ପାଳନ କରାଯିବ । ବାବା ସାହେବଙ୍କ ବାର୍ତ୍ତା ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ଜୟନ୍ତୀ ପାଳନ ପାଇଁ ସର୍ବ ସମ୍ମତକ୍ରମେ ଏକ କମିଟି ଗଠନ କରାଯାଇଛି । କମିଟିର ସଭାପତି ଭାବରେ ଧିମାନ ବିଜୟ ଚନ୍ଦ୍ର ବାରିକଙ୍କୁ ମନୋନିତ କରାଯାଇଥିବା ବେଳେ ଉପ-ସଭାପତି ଭାବେ ଦେବରାଜ ମହାନନ୍ଦ, ସଂପାଦକ ସୂର୍ଯ୍ୟମଣି ସୁନା, ସହ-ସଂପାଦକ ଅଜିତ କୁଅଁର ଓ କୋଷାଧ୍ୟକ୍ଷ ଭାବରେ ସୁରେଶ ହରିପାଲଙ୍କ ମନୋନିତ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଶମ୍ଭୁ ନାଗ, କିଶୋର କୁମ୍ଭାର, ସୀତାରାମ କୁମ୍ଭାର, କୁନା ବାଗ, ଶୁଶିଲ ହରିପାଲ, ଶଶାଙ୍କ ଶେଖର ବାରିକ, ତରଣି ଦୀପ, ଜ୍ୟୋତିଷ ମୁଗ୍ରୀ, ରଂଜନ ବାରିକ, ଅମର ସୁନା, ମଙ୍ଗଲୁ ତାଣ୍ଡି, ରାମ କୁମ୍ଭାର, ଟୁକୁ ବାଗ, ଅଜିତ ନାଗ, ସୁବଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.