oom

୧୫୦ତମ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ଵାନ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଓ ଆଦିବାସୀ କଲ୍ୟାଣ ସଂଘର ମିଳିତ ଉଦ୍ୟମରେ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ଜନଜାଗରଣ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସମାବେଶରେ ପୂର୍ବତନ ସାଂସଦ ଭବାନୀଶଙ୍କର ହୋତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ରୂପେ ପାଟଣାଗଡ ପୂର୍ବତନ ବିଧାୟକ ସରୋଜ ମେହେର, କୋଶଳବାଦୀ ନେତା ପ୍ରମୋଦ କୁମାର ମିଶ୍ର, ଏଲ୍‌ଡିଏ ପ୍ରତିଷ୍ଠାତା ଲବସୁନା, ଆଇନଜୀବୀ ପ୍ରଶାନ୍ତ କୁମାର ମାଝୀ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ସୁଶିଲ କୁମାର ଗୁରୁ, ନିୟମ ଗିରି ସୁରକ୍ଷା ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାଦ, ଗିରିରାଜ ସିଂ ମାଝୀ, ଡାକ୍ତର ଗୌତମ ବିଶ୍ଵାଳ, ହେମନ୍ତ ଦଳପତି, ଗୌତମ କ୍ଷେତି ପ୍ରମୁଖ ବକ୍ତବ୍ୟ ରଖି ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ସଙ୍ଗଠିତ ହେବାକୁ ଆହ୍ଵାନ ଦେଇଥିଲେ । ସେହିପରି ରାଜ୍ୟ ସରକାର ପାହାଡକୁ ଆଦାନୀ କମ୍ପାନୀକୁ ଦେବାକୁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିବା ସହିତ ଦୁର୍ବାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ । ପରେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଆନ୍ଦୋଳନକାରୀ ମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ଆଦିବାସୀ ନେତା ବିପ୍ରବିଶି, ରଘୁନାଥ ସିଂ ବରିହା, ଅନୁପ ସାହୁ, ସୁଶିଲ ନାଏକ, ନୀଳମାଧବ ପାଣିଗ୍ରାହୀ, ଥବିର ମେହେର, ଟେକେନ୍ଦ୍ର ଜାଲ ସମେତ ଶତାଧିକ ମହିଳା ପୁରୁଷ ଯୋଗଦେଇଥିବା ବେଳେ ଅଭିଳାଷ ଭୋଇ ଏବଂ ରାଜକୁମାର ସେଠ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.