କର୍ମଭୂମି ବିଜେପୁରରେ ସ୍ଵଭାବ କବି ଗଙ୍ଗାଧର ଜୟନ୍ତୀ

  • ଋଷିକବି ଗଙ୍ଗାଧର ଥିଲେ ଭାବ ଓ ଶବ୍ଦର ଯାଦୁକର

ବରଗଡ, (ନିରୋଜ କୁମାର ପାଣୀ) : ଋଷିକବି ଗଙ୍ଗାଧର ଥିଲେ ଭାବ ଓ ଶବ୍ଦ ଯାଦୁକର । ପୁଣି ଆଚରଣ ଓ ଉଚ୍ଚାରଣରେ ତାଙ୍କର ଭିନ୍ନତା ନଥିଲା । ତେଣୁ ଗଙ୍ଗାଧର ସାହିତ୍ୟ କାଳଜୟୀ ହୋଇପାରିଛି । ବରଗଡ ଜିଲ୍ଲା କର୍ମଭୂମି ବିଜେପୁରରେ ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଆୟୋଜିତ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ସମାରୋହରେ ଅତିଥିଗଣ ଏହି ମତ ପ୍ରକାଶ କରିଥିଲେ । ସ୍ଥାନୀୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଆୟୋଜିତ ଉତ୍ସବକୁ ସାହିତ୍ୟିକା ପ୍ରମୋଦିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପରିଷଦର ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । ସୋହେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଙ୍ଗାଧରଙ୍କ ବିବିଧ ବୌଚିତ୍ର ଉପରେ ଏହି ମତପ୍ରକାଶ କରିଥିଲେ । ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାରୁଣ୍ୟତା ହିଁ ଗଙ୍ଗାଧର ସାହିତ୍ୟ ଲୋକପ୍ରିୟତାର ଅନନ୍ୟ ବିଭବ ବୋଲି ମତପୋଷଣ କରିଥିଲେ । ସ୍ତମ୍ଭକାର ସୁଶାନ୍ତ କୁମାର ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଙ୍ଗାଧରଙ୍କ ମହାନତା ଉପରେ ଆଲୋକପାତ କରିଥିଲେ । ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଛାତ୍ରୀ ଗାୟତ୍ରୀ କୁମ୍ଭାର, ଜ୍ୟୋତିର୍ମୟୀ ବେହେରା ଓ ଈଶାରାଣୀ ଗୁରୁ ଗଙ୍ଗାଧର ସାହିତ୍ୟ ଉପରେ ନିଜର ସ୍ଵକୀୟ ମତାମତ ଦେଇଥିଲେ । ଛାତ୍ରୀ ମହିମା ସାହୁ ଗଙ୍ଗାଧର ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ସହ ସଂପାଦକ ଗୀତିକାର ମକରଧ୍ୱଜ ସାହୁ ସ୍ଵାଗତ ଭାଷଣ, ଅଧ୍ୟାପକ ଡ଼କ୍ଟର ଚିନ୍ମୟ ସାହୁ ଉଦ୍ଦେଶ୍ୟ ଜ୍ଞାପନ, ସଂପାଦକ ରାଜେଶ୍ୱର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ମୁମେଣ୍ଟୋ ଦେଇ ପୁରସ୍କୃତ କରାଯାଇଥିଲା । ଦେବାଶିଷ ମେହେର, ମକରଧ୍ୱଜ ମେହେର ଶେଷଦେବ ମେହେର ପ୍ରମୁଖ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଣ୍ଠଶିଳ୍ପୀ ସୁଷମା ଭୋଇ ମେହେର ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରି ଦେଇଥିଲେ । କବି ଆଶୁତୋଷ ମହାପାତ୍ର ସମାରୋହକୁ ସଂଯୋଜନା କରିଥିଲେ । ଛାତ୍ରୀ ଈଶିକା ଦେବତା ସମାରୋପ ସଙ୍ଗୀତ ଗାନ କରିଥିଲେ । କବି ସାବିତ୍ରୀ ମେହେର, ଜଗତଜୀବନ ରାମ ଡଣ୍ଡସେନା, ଦିଲେଶ ମେହେର, ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ବଳରାମ ସାହା, ଶିକ୍ଷକ ଚୂଡାମଣି ତାଣ୍ଡି, ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଅଧ୍ୟାପକ ପଞ୍ଚାନନ ମିଶ୍ର, ସୁଶ୍ରୀ ପ୍ରତିମା ଗୁରୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉପସଭାପତି ହୃଦମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.