ppurohit

ବଙ୍ଗୋମୁଣ୍ଡାରେ ସହିଦ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

2nd

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ସହିଦ ବୀର ବିର୍ସା ମୁଣ୍ଡା ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ବଙ୍ଗୋମୁଣ୍ଡା ଆମ୍ବେଦକର ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସଭାସ୍ଥଳକୁ ପହଂଚିବା ପରେ ସହିଦ ବୀର ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସଭାପତି ତଥା ରାଜ୍ୟସଭା ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ମନୋରଞ୍ଜନ ଭୋଇ, ସମ୍ପାଦକ ମହାଦେବ ଭୋଇ, ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ସଂଗଠକ ଆର୍ତ୍ତତ୍ରାଣ ଭୋଇ, ଉପସଭାପତି ଭଗବାନ ଝାଙ୍କର, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ, ବସନ୍ତ ଭୋଇ, ନାରୀନେତ୍ରୀ ସବିତା ପାତ୍ର, ଦହୀମତି ଭୋଇ, ସନ୍ତୋଷିନୀ ଭୋଇ, ଧନଞ୍ଜୟ ଭୋଇ, ବିଭିଷଣ ଭୋଇ, ମିନିକେତନ ଭୋଇ, ସୁବାଷ ଭୋଇ, ଚୁଲିଫୁଙ୍କା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅନିଲ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସହିଦ ବୀର ବିର୍ସା ମୁଣ୍ଡାଙ୍କ ଜୀବନୀ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କିପରି ଭାବେ ସମସ୍ତେ ଏକଜୁଟ ହୋଇ ସଂଗଠନ ହୋଇ ମୌଳିକ ଅଧିକାର ପାଇଁ ଲଢେଇ ଜାରି ରହିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ନିଜର ଭାଷାକୁ ବହୁଳ ଭାବେ ବ୍ୟବହାର କରିବା ପାଇଁ ଆହ୍ୱାନ କରାଯାଇଛି । ପୁରୁଷୋତ୍ତମ ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରୁ ବହୁ ମହିଳା ପୁରୁଷମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.