oom

ଟିଟିଲାଗଡ଼ରେ ଧୁମ୍‌ଧାମ୍‌ରେ ଅଗ୍ରସେନ ଜୟନ୍ତୀ ପାଳିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନବରାତ୍ରିର ପ୍ରଥମ ଦିନକୁ ମହାରାଜ ଅଗ୍ରସେନଙ୍କ ଜୟନ୍ତୀ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଟିଟିଲାଗଡ ଅଗ୍ରୱାଲ ସଭାର ସଭାପତି ପ୍ରେମଚାନ୍ଦ ଜୈନଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୬ ତାରିଖରୁ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ବିଭିନ୍ନ ବର୍ଗର ପ୍ରତିଯୋଗୀଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନାଚ, ଗୀତ, କ୍ୱିଜ, ଏଙ୍କରିଂ, ଏକ୍ସଟିଂ, ନିଉଜ ରିପୋଟିଂ, ପ୍ରବନ୍ଧ ଭଳି ୬୩ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ରବିବାର ଦିନ ଅପରାହ୍ନ ତିନିଟାରୁ ଅଗ୍ରୱାଲ ସମାଜର ପୁରୁଷ, ମହିଳା, ପୁଅ ଝିଅମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ବହୁତ ପ୍ରକାର ନୃତ୍ୟ, କୀର୍ତ୍ତନ ମଣ୍ଡଳୀ ସହ ସମସ୍ତ ପରିବାରର ସଦସ୍ୟମାନେ ସୁନ୍ଦର ପୋଷାକ ପରିଧାନ କରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସନ୍ଧ୍ୟା ୭ଟା ସମୟରେ ଅଗ୍ରସେନ ଜୟନ୍ତୀର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ମାନୀତ ଅତିଥି ଭାବେ ଟିଟିଲାଗଡର ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ମୁଖ୍ୟବକ୍ତା ଭାବେ ମାତୃଶକ୍ତି ପ୍ରମୁଖ ପଶ୍ଚିମ ପ୍ରାନ୍ତ ବିଶ୍ଵ ହିନ୍ଦୁ ପରିଷଦ ଶ୍ରୀମତୀ ସରସ୍ୱତୀ ନନ୍ଦ, ସଭାପତି ପ୍ରେମଚାନ୍ଦ ଜୈନ, ସଚିବ ଦୀପକ ଗୋୟଲ, ଉପାଧ୍ୟକ୍ଷ ନନ୍ଦ କିଶୋର ଗୁପ୍ତା, ସହ ସଚିବ ପଙ୍କଜ ଭିର୍ମିୱାଲ, କୋଷାଧ୍ୟକ୍ଷ ରାଜୀବ ଜୈନ ମଞ୍ଚାସୀନ ହେବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆସିଥିବା ସମସ୍ତ ଅତିଥିଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଆଶିଷ ଜୈନ, ରାହୁଲ ଜୈନ, ସଂସ୍କାର ଅଗ୍ରୱାଲ, ବିଜୟ ଜୈନ, ପ୍ରକାଶ ଅଗ୍ରୱାଲ, ପ୍ରଭାତ ଗୋୟଲଙ୍କ ସମେତ ବହୁ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.