ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଉଭୟଙ୍କ ପ୍ରତିମୂର୍ତି ଓ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଧୂପ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଐସର୍ଯ୍ୟ ଶେଖର ଦେବତାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଗ୍ରାମ ପରିକ୍ରମା କରି ବିଦ୍ୟାଳୟ ସମ୍ମୁଖରେ ଥିବା ନଳକୂପ ଚାରିପଟେ ସଫା କରିବା ସହିତ ମିଶନ ଶକ୍ତି ଗୃହ ସମ୍ମୁଖ ମଧ୍ୟ ସଫାକରି ଲୋକ ମାନଙ୍କୁ ଗାନ୍ଧିଜୀଙ୍କ ସ୍ୱଚ୍ଛ ଭାରତର ସଚେତନା ଦେଇଥିଲେ । ସେହିପରି ବିଦ୍ୟାଳୟରେ ପୂର୍ବରୁ ଘୋଷଣା କରାଯାଇଥିବା ଆୱାର୍ଡ ଯାହାକି ବିଦ୍ୟାବାନ ବଭଃ ନାମରେ ନାମିତ ଏହି କାର୍ଯ୍ୟକ୍ରମ ମଧ୍ୟ କରାଯାଇ ସେପ୍ଟେମ୍ବର ମାସର ଆୱାର୍ଡ ଦଶମ ଶ୍ରେଣୀର ବର୍ଷା ବାଗ ଓ ନବମ ଶ୍ରେଣୀ ସଲିନ ମଲ୍ଲିକଙ୍କୁ ମାନପତ୍ର ସହ ପୁରସ୍କାର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଉସତ ଗଡତିଆ, ଝରଣା କର, କୃଷ୍ଣଧର ପାତ୍ର, ଡୋଳାମଣି ପଧାନ, ରଥ ଗୁରୁ, କିରାଣୀ କାନ୍ହୁ ଚରଣ ସାହୁ, ପିଅନ ଦୁର୍ଯ୍ୟୋଧନ ସାହୁ ଓ ଅଲେଖ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।