oom

ବିଜେପି ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ଜନକ ମହାତ୍ମା ଗାନ୍ଧୀଜୀଙ୍କ ଜନ୍ମ ତିଥିରେ ବିଜେପି ତରଫରୁ ସମଗ୍ର ଦେଶରେ ତାଙ୍କ ପ୍ରତିମୂର୍ତ୍ତରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ସେହିପରି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ରାଉରକେଲା ସ୍ଥିତ ସେକ୍ଟର -୧୮, ଗାନ୍ଧୀ ପାର୍କ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ବିଜେପିର ନେତ୍ରୁବୃନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ଦେଶ ପ୍ରତି ଅବଦାନ ସମ୍ପର୍କରେ ଅବଗତ କରାଇ ସ୍ମୃତିଚାରଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରି ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସମ୍ପାଦିକା ସସ୍ମିତା ପାଢ଼ୀ, ବରିଷ୍ଠ ନେତା ସରୋଜ ଦାସ, ଆଶୋକ ଲେଙ୍କା, ଡି ଦାସ, ଇପ୍ସିତା ବିଶ୍ଵାଳ, ତିଳୋତ୍ତମା ପୂରଣଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ । ସେହିପରି ବିଜେପି ରାଉରକେଲା ତରଫରୁ ପାନପୋଷ ଛକ ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତୀରେ ନେତ୍ରୁବୃନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ରାଜ୍ୟ ଯୁବ ସଂପାଦକ ଶଶାଙ୍କ ରାଜ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମା, ସନ୍ତୋଷ ମହାପାତ୍ର, ବିକାଶ କାଶ୍ୟପ, ତାପସ ପରିଡ଼ାଙ୍କ ସମେତ ବହୁ ଅଂଶ ଗ୍ରହଣ କରିଥିଲେ । ବହୁ ସଂଖ୍ୟାରେ କର୍ମୀମାନେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜେ ପିନ୍ଧିବା ପାଇଁ ଖଦୀ କପଡ଼ା କିଣିଥିଲେ ।

jittmm
Leave A Reply

Your email address will not be published.