ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ମହାତ୍ମାଗାନ୍ଧୀଙ୍କର ୧୫୪ତମ ଜୟନ୍ତୀ ଅବକାଶରେ ରାଉରକେଲା ସ୍ଥିତ ସିଭିକ ସେଣ୍ଟର ପରିସରରେ ଜୟନ୍ତୀ ଉତ୍ସବ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତିଚାରଣ ଅବକାଶରେ ଗାନ୍ଧିଜୀଙ୍କର କାର୍ଯ୍ୟଧାରା, ଆଦର୍ଶ ଏବଂ ବାଣୀ ବିଶ୍ୱର ସମସ୍ତ ଅନୁଗାମୀଙ୍କୁ ଏବେ ବି ମନ୍ତ୍ରମୁଗ୍ଧ କରେ ଏବଂ ତାଙ୍କର ବୈପ୍ଳବିକ ଚିନ୍ତାଧାରା ଓ କାର୍ଯ୍ୟସୂଚୀ ତାଙ୍କର ଅଲୌକିକ ପ୍ରତିଭାକୁ ମୂଲ୍ୟାୟିତ କରେ ବୋଲି ଶ୍ରୀ ପତି ତାଙ୍କ ଅଭିଭାଷଣରେ କହିଥିଲେ । ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ତାଙ୍କ ବକ୍ତବ୍ୟରେ ଗାନ୍ଧିଜୀଙ୍କର ସ୍ୱାଧୀନତା ଯେତେ କାମ୍ୟ ନଥିଲା, କୁସଂସ୍କାରାଚ୍ଛନ୍ନ, ଅନ୍ଧବିଶ୍ୱାସୀ, ଧର୍ମାନ୍ଧ ଭାରତୀୟଙ୍କ ସାମାଜିକ ମୁକ୍ତି ଏବଂ ଏହାରି ମାଧ୍ୟମରେ ବିଶ୍ବ ମାନବିକତାର ମୁକ୍ତିଥିଲା ଆଭିମୁଖ୍ୟ ଓ ଲକ୍ଷ୍ୟ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ଉପସ୍ଥିତ ଗାନ୍ଧୀପ୍ରେମୀମାନଙ୍କ ମଧ୍ୟରୁ ସର୍ବଶ୍ରୀ ଚନ୍ଦ୍ରଶେଖର ପାଇକରାୟ, ପ୍ରଫୁଲ୍ଲ କୁମାର ସାମଲଙ୍କ ସମେତ ବହୁ ଗାନ୍ଧୀ ଅନୁଗାମୀ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ।
Next Post