ସେବା ସପ୍ତାହରେ ସେବା କାର୍ଯ୍ୟ ଓ ପଣ୍ଡିତ ଦୀନଦୟାଲଜୀଙ୍କ ଜୟନ୍ତୀ ପାଳନ କଲା ବିଜେପି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ, ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ଓ ଉପସ୍ଥିତ ସମସ୍ତ ନେତୃବୃନ୍ଦ ପଣ୍ଡିତ ଦୀନଦୟାଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ ଦିନଦୟାଲଜୀଙ୍କ ବାଲ୍ୟକାଳର ଦୁଃଖଦ ଘଟଣାବଳୀ ସହିତ ତାଙ୍କର ସଂଘର୍ଷମୟ ଜୀବନୀ, ରାଜନୌତିକ ଓ ରାଷ୍ଟ୍ରୀୟତା ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ । ଏକାତ୍ମ ମାନବବାଦର ପ୍ରଣେତା ଓ ଅନ୍ତୋଦୟର ପ୍ରବର୍ତ୍ତକ ଥିଲେ ପଣ୍ଡିତ ଦିନଦୟାଲ । ୩୭୦ ଧାରାକୁ ଉଚ୍ଛେଦ କରିବା ଥିଲା ତାଙ୍କର ରାଷ୍ଟ୍ରୀୟତା ଚିନ୍ତାଧାରା, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟରେ ପରିଣତ କଲେ । ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ଓ ନିହାର ରାୟ, ଜିଲ୍ଲା ଉପସଭାପତି ସୁବ୍ରତ ପଟ୍ଟନାୟକ ଆଦି ନେତୃବୃନ୍ଦ ପଣ୍ଡିତ ଦିନଦୟାଲଜୀଙ୍କ ସୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ, ଜିଲ୍ଲା ଓ ମଣ୍ଡଳସ୍ତରୀୟ ନେତୃମଣ୍ଡଳୀ ଓ କର୍ମୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ପରେ ଶ୍ରୀ ଓରାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳନ ଅବସରରେ ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ପରିସରରେ ଜିଲ୍ଲା ଯୁବ ମୋର୍ଚ୍ଚା ଦ୍ଵାରା ଆୟୋଜିତ କରାଯାଇଥିବା ଭ୍ରାମ୍ୟମାଣ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମାଙ୍କ ନେତୃତ୍ୱରେ କରାଯାଇଥିଲା ଏବଂ ବହୁ ଯୁବ କର୍ମୀ ରକ୍ତଦାନ କରିଥିଲେ । ଏହାପରେ ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସେକ୍ଟର ୨୦ ସ୍ଥିତ କୋଏଲ ବୈକୁଣ୍ଠ ବସ୍ତିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରାଙ୍କ ନେତୃତ୍ୱ ଓ ଜିଲ୍ଲା ଅନୁସୂଚୀତ ଜାତି ମୋର୍ଚ୍ଚା ସଭାପତି ରୋହିତ ତନ୍ତିଙ୍କ ସହଯୋଗରେ ଆୟୋଜିତ ଭ୍ରାମ୍ୟମାଣ ନେତ୍ର ପରୀକ୍ଷା ଶିବିରର ଉଦ୍‌ଘାଟନ କରିଥିଲେ ଶ୍ରୀ ଓରାମ । ବହୁ ବସ୍ତିବାସିନ୍ଦା ଏଥିରେ ଯୋଗଦେଇ ମୁକ୍ତ ଆଖି ପରୀକ୍ଷା କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ବହୁ ନେତା, କର୍ମୀ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!