oum

ଆଇପିଏସ ଅଫିସର ଜୟନାରାୟଣ ପଙ୍କଜ ହେଲେ କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି

jsm

ଭୁବନେଶ୍ୱର : ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୦୫ ବ୍ୟାଚ୍ ଆଇପିଏସ ଅଫିସର ଜୟନାରାୟଣ ପଙ୍କଜଙ୍କୁ କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ତେବେ ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ । ଶୁକ୍ରବାର କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂଙ୍କୁ ଅଚାନକ ଅବକାରୀ କମିଶନର ଭାବେ ବଦଳି କରାଯାଇଥିଲା । ଶ୍ରୀ ସିଂଙ୍କ ସ୍ଥାନରେ ସ୍ଥାୟୀ ନିଯୁକ୍ତି ନହେବା ପର୍ୟ୍ୟନ୍ତ ଶ୍ରୀ ପଙ୍କଜଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Leave A Reply

Your email address will not be published.