oom

ଜୟ କିଶାନ ଆନ୍ଦୋଳନର ସଚେତନ ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚେତନା ଶ୍ରମିକ ସଂଘ ପାଇକମାଲରେ ଜୟ କିଶାନ ଆନ୍ଦୋଳନ ସଭାପତି ବିଶ୍ଵନାଥ ରଣାଙ୍କ ସଭାପତିତ୍ୱରେ ପାଇକମାଲ, ଝାରବନ୍ଧ, ପଦ୍ମପୁର ବ୍ଲକର ଜୟକିଷାନ ଆନ୍ଦୋଳନର କର୍ମକର୍ତ୍ତା ଉପସ୍ଥିତ ରହି କୃଷକ ଚେତନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡ଼ିଶା ସମ୍ବନୟ ସମିତି ଆବାହକ ଲିଙ୍ଗରାଜ, ବରିଷ୍ଟ ଚାଷୀ ନେତା ଶିବ ପ୍ରସାଦ, ହର ବଣିଆ, ମହେଶ, ଅରୁଣ, ସନ୍ତୋଷ ବେହେରା, ଡୋଲାମଣି, ବାଳକୃଷ୍ଣ ବନୋଛୋର, ରାହାସ ସାହୁ, ଗୁପତ ବାରିକ, କ୍ଷେତ୍ରି ଲୁହର ପ୍ରମୁଖ ଉପସ୍ଥିତ ଥିଲେ । ଲିଙ୍ଗରାଜଙ୍କ ବକ୍ତ୍ୟବରେ ବିଜୁଳିର ନୀତିଗତ ସମସ୍ୟାକୁ ସରକାରମାନଙ୍କ ପାଖରେ ପହଞ୍ଚା ଯାଇ ପାରିଲେ ଯାଏଁ ତାର ସମସ୍ୟା ଦୁର ହୋଇପାରିବ ବୋଲି ମନ୍ତବ୍ୟ ରଖିଥିଲେ । ଏବଂ ବରିଷ୍ଟ ଚାଷୀ ନେତା ଶିବ ପ୍ରସାଦ ବିଗତ ଦିନରେ ଚାଷୀ ଆନ୍ଦୋଳନ କରିଥିବା ରୂପରେଖ ବିଷୟରେ ଆଲୋକପାତ କରିଥିଲେ ଏବଂ ଝାରବନ୍ଧ ବ୍ଲକର ସନ୍ତୋଷ ବେହେରା ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ବାଟ ମାରଣା ବିଷୟରେ ବକ୍ତ୍ୟବ୍ୟ ରଖିଥିଲେ ଏବଂ ଜନ ଆନ୍ଦୋଳନ ଯୁବ ନେତା ଚନ୍ଦ୍ରହାସ ସମ୍ବିଧାନରେ ଥିବା ପଛୁଆ ବର୍ଗଙ୍କ ଅଧିକାର କେମିତି ପାଇବା ଓ ସଂରକ୍ଷଣ ବ୍ୟବସ୍ଥାକୁ କେମିତି ଛାତ୍ରମାନଙ୍କ ପାଖକୁ ପହଞ୍ଚାଇବା ତା ଉପରେ ମତ ରଖିଥିଲେ ଏବଂ ଜୟକିଷାନ ଆନ୍ଦୋଳନ ବରଗଡ଼ ଜିଲ୍ଲା ପୂର୍ବତନ ସମ୍ପାଦକ ଅରୁଣ ସାହୁ ସଂଗଠନ ନିର୍ମାଣ ବିଷୟରେ ତାଙ୍କର ବକ୍ତବ୍ୟ ରଖିଥିଲେ ଏଥିରେ ପାଇକମାଲ, ଝାରବନ୍ଧ, ପଦ୍ମପୁର ବ୍ଲକର ଶତାଧିକ ଚାଷୀ ତାଙ୍କର ମତାମତ ରଖିଥିଲେ ଏବଂ ଶେଷରେ ବାଳକୃଷ୍ଣ ବନୋଛୋର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.