oum

୨ଟି ବସ୍‌ ମୁହାଁମୁହିଁ : ଅଳ୍ପକେ ବଞ୍ଚିଲେ ଯାତ୍ରୀ

jsm

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିର ୯ନଂ ବୁଲାଣିରେ ବୁଧବାର ୨ଟି ବସ୍‌ ମୁହାଁମୁହିଁ ପରିସ୍ଥିତି ହେବା ଫଳରେ ଉଭୟ ବସ୍‌ର ଯାତ୍ରୀମାନେ ବଡ ଅଘଟଣରୁ ରକ୍ଷା ପାଇଯାଇଛନ୍ତି । ଖବରପାଇ ସୋରଡ଼ା ପୋଲିସ ଘଟଣାର ଅନୁଧ୍ୟାନ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଦାରିଙ୍ଗବାଡିରୁ ଏକ ସରକାରୀ ବସ୍‌ ଭଞ୍ଜନଗର ଯାଉଥିବା ବେଳେ ବିପରୀତ ଦିଗରୁ ଛତିଶଗଡ଼, ବିହାର ପର୍ଯ୍ୟଟକଙ୍କୁ ନେଇ ଦାରିଙ୍ଗବାଡି ଅଭିମୁଖେ ଯାତ୍ରା କରୁଥିଲା । ତେବେ ବାହାର ରାଜ୍ୟର ବସ୍‌ ଚାଳକ ଉକ୍ତ ଅଣ ଓସାରିଆ ଘାଟି ରାସ୍ତା ସମ୍ପର୍କରେ ଅଜଣା ରହିଥିବା ବେଳେ ୯ ନମ୍ବର ବୁଲାଣିରେ ସରକାରୀ ବସ୍‌ ସହ ମୁହାଁ ମୁହିଁ ହୋଇଥିଲା । ତେବେ ସରକାରୀ ବସ୍‌ର ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଧରଣର ଦୁର୍ଘଟଣା ଟଳିଯାଇଛି ।

Leave A Reply

Your email address will not be published.