ସ୍ୱାଧିନତା ସଂଗ୍ରାମୀ ମାଆ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଦୁଇ ଦିନିଆ ସଚେତନତା ଓ ସଦ୍‌ଭାବନା ସାଇକେଲ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନର ନେତୃତ୍ୱରେ ଏବଂ ଶିଶୁ ବିକାଶ କେନ୍ଦ୍ର, ଆଦ୍ୟାଶକ୍ତି ନାରୀ ସଂଗଠନ ଓ ଅଙ୍କୁର ଶିଶୁ ସାହିତ୍ୟ ସଂସଦର ସହଯୋଗରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ବହ୍ନିକନ୍ୟା ମାଆ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଦୁଇ ଦିନିଆ ସଚେତନତା ଓ ସଦ୍‌ଭାବନା ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାଇକେଲ ଯାତ୍ରାକୁ ସନାତନ ମନ୍ଦିର ଠାରୁ ଉପଦେଷ୍ଟା ଜ୍ୟୋସ୍ନାମୟୀ ମହାପାତ୍ର ଓ ଇଂ. ବେଲାର ସିଂଭୋଇ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ପ୍ରଥମ ଦିନ ସାଇକେଲ ଯାତ୍ରୀମାନେ ବଲାଙ୍ଗିର ସହର ପରିକ୍ରମା କରି ବିଷ୍ଣୁମୁଣ୍ଡା, ଖଲିଆପାଲି, ଭାଲେର, ଖଇରଭାଡି, ସୁର୍ଡା, ଦଶପୁର, ଆଟଗାଁ, ତଣ୍ଡାମୁଣ୍ଡା ଦେଇ ଉପରଝର ପହଂଚି ରାତ୍ରୀଯାପନ କରି ପରଦିନ ଉପରଝରରୁ ଥାଳବନ୍ଧ, ଭୀମଡୁଙ୍ଗୁରୀ ଗାଁ, ଭୀମ ଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀ, ଗୁରୁଡିପାଲି, ମାଙ୍କଡଚୁଆଁ, ପଣ୍ଡରାପିଟା, ଖୁଜେନପାଲି, ସାଲେପାଲି ଦେଇ ଟିକ୍ରାପଡା ରାମ ମନ୍ଦିରକୁ ଫେରି ଆସିଥିଲେ । ଏହି ସାଇକେଲ ଯାତ୍ରାଟି ସଭାପତି କେଶବ ଚନ୍ଦ୍ର ମିଶ୍ର, ଉପ-ସଭାପତି ମଧୁ ସାହୁ, ସଂପାଦକ ସୁନାଧର ବନଛୋରଙ୍କ ନେତୃତ୍ୱରେ ଓ ମଦନ ମୋହନ ରଥଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଗ୍ରାମରେ ସଭା ସମିତି, ପଥପ୍ରାନ୍ତ ସଭା, ଶୋଭାଯାତ୍ରା ଓ ଲିଫ୍ଲେଟ ବଣ୍ଟନ କରି ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା, ନାରୀ ନିର୍ଯ୍ୟାତନା, ଯୌତୁକ ପ୍ରଥା, ପରିବେଶ ସୁରକ୍ଷା, ମୋବାଇଲର ଅପକାରିତା, ରକ୍ତଦାନ, ଶରୀର ଦାନ ଓ ଶିକ୍ଷା, ସ୍ୱାସ୍ଥ୍ୟର ସଚେତନତା ବାର୍ତ୍ତା ଶିକ୍ଷାବିତ୍‌ ଗିରିଜା ଶଙ୍କର ରଥ, ଡ. ପ୍ରେମଚାନ୍ଦ ମହାନ୍ତି, ଗୋପାଳ ଚନ୍ଦ୍ର ହେତା, ଜୟରାମ ମିଶ୍ର, ଅଶୋକ କୁମାର ସେଠୀ, କୃଷିକେଶ ପୁରୋହିତ ପ୍ରମୁଖ ଦେଇଥିଲେ । ଏହି ସାଇକେଲ ଯାତ୍ରାରେ ପ୍ରଶାନ୍ତ ଷଡଙ୍ଗୀ, ଦୁର୍ଗା ଚରଣ ସାହୁ, ସିତାଂଶୁ ଶେଖର ନାୟକ, ଭୀମ ସାହୁ, କହ୍ନାଇ ଭରାସାଗର, ଯୁଧିଷ୍ଠିର ଭୋଇ, ଆନନ୍ଦ ସାଏ, ନରେନ୍ଦ୍ର ନାଏକ, ରମାକାନ୍ତ ଷାଣ୍ଢ, ଓମ୍‌ ପ୍ରକାଶ ମଲ୍ଲିକ, ଆଶିଷ ଜେନା, ଶିବା ସେଲମା, ମାନସ ବାଗ, ଶକ୍ତି ଚିରଗୁନ ଓ ରାଜେଶ ସୁନା ଯାଇଥିଲେ । ଏହି କାର୍ଯ୍ୟକ୍ରମକୁ ଅରୁଣ କୁମାର ଖୁଆସ, ଧିରେନ୍ଦ୍ର ନାରାୟଣ ସିଂଦେଓ, ଚୁଡେନ୍ଦ୍ର କୁମାର ବେହେରା, କପିଳ ପତି, ସତ୍ୟବନ୍ତ ବେଦବାକ, ଧର୍ମବ୍ରତ ରଥ, ମାଳତି ଉଦ୍‌ଗାତା, ନିହାରିକା ମିଶ୍ର, ରାଜଶ୍ରୀ ତ୍ରିପାଠୀ, କସ୍ତୁରୀ ରଥ, ପ୍ରଦୀପ ପଶାୟତ ସହଯୋଗ କରିଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଟିକ୍ରାପଡା ରାମ ମନ୍ଦିର ଠାରେ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ସ୍ୱାଗତ କରିବା ସହିତ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ସ୍ୱାଗତ କରି ଏପରି ସଂସ୍କାର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.