
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରୁ ଅଯୋଧ୍ୟା ଦର୍ଶନ ନଗରକୁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ । ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ । ଶ୍ରୀରାମଙ୍କ ଦର୍ଶନ ପାଇଁ ମିଳିଥିବା ସୁଯୋଗରେ ଭାବବିହ୍ଵଳ ହେଲେ ଭକ୍ତ । ବଲାଙ୍ଗିରରୁ ଶ୍ରୀରାମ ଜନ୍ମଭୂମି ତଥା ଶ୍ରୀରାମ ମନ୍ଦିର ଅଯୋଧ୍ୟା ଦର୍ଶନ ପାଇଁ ବଲାଙ୍ଗିରରୁ ଏକ ସ୍ୱତନ୍ତ୍ର ଟ୍ରେନ ଗଡ଼ିଛି । ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ସବୁଜ ପତାକା ଦେଖାଇ ଟ୍ରେନଟିକୁ ବଲାଙ୍ଗିର ଟ୍ରେନ ଜନକ୍ସନରୁ ଏହାକୁ ଚଳାଇଛନ୍ତି । ତେବେ ଏଥିରେ ବଲାଙ୍ଗିର, ସୋନପୁର ଓ କଳାହାଣ୍ଡି ଜିଲ୍ଲାର ଶ୍ରଦ୍ଧାଳୁମାନେ ଅଯୋଧ୍ୟା ଦର୍ଶନ ଯିବାର ସୁଯୋଗ ପାଇଛନ୍ତି । ଯେଉଁଥିରେ ମୋଟ ୧୨୦୦ ଯାତ୍ରୀ ଏଥିରେ ଗତକାଲି ରାତି ୯ଟାରେ ବଲାଙ୍ଗିରରୁ ଯାଇଛନ୍ତି । ତେବେ ଏଥିରେ ବଲାଙ୍ଗିର ସୋନପୁର ଜିଲ୍ଲାରୁ ୭୦୦ ଯାତ୍ରୀ ଓ କଳାହାଣ୍ଡି ଜିଲ୍ଲାରୁ ୫୦୦ ଯାତ୍ରୀ ଏଥିରେ ଶ୍ରୀରାମଙ୍କ ଦର୍ଶନ ପାଇଁ ଯାଇଛନ୍ତି । ସେପଟେ ଏଥିରେ ଯାଉଥିବା ଶ୍ରଦ୍ଧାଳୁମାନେ ବଲାଙ୍ଗିରରୁ ଏହି ସୁଯୋଗ ପାଇ ବେଶ ଖୁସି ହୋଇଥିବା ବେଳେ ଭାବବିହ୍ଵଳ ହୋଇଛନ୍ତି । ଏହିପରି ବଲାଙ୍ଗିରର ବହୁ ଦିନର ସ୍ୱପ୍ନ ସତ ହୋଇଛି ଏବଂ ସରକାରଙ୍କ ଏହି ଉଦ୍ୟମ ଯୋଗୁଁ ଆଜି ସେମାନେ ଶ୍ରୀରାମଙ୍କ ଦର୍ଶନ ପାଇଁ ଯାଉଛନ୍ତି । ଯାହା ପାଇଁ ସେମାନେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଏହି ମୁହୂର୍ତ୍ତ ବଲାଙ୍ଗିର ପାଇଁ ଐତିହାସିକ ଅଟେ ଏବଂ ଏହି ଟ୍ରେନରେ ବଲାଙ୍ଗିର ସମେତ ସୋନପୁର ଓ କଳାହାଣ୍ଡି ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଯାଉଥିବାର ସେ କହିଛନ୍ତି । ସେହିପରି ଏହି ସ୍ୱତନ୍ତ୍ର ଟ୍ରେନ ପାଇଁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ସବୁ ସୁବ୍ୟବସ୍ଥା ପାଇଁ ରେଳ ବିଭାଗକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।