ଘୁନଘୁଟିପାଲି ଗ୍ରାମରେ ଝୁଲଣ ଯାତ୍ରା ସମ୍ପର୍ଣ୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାଞ୍ଚ ଦିନ ବ୍ୟାପି ଘୁନଘୁଟିପାଲି ଗ୍ରାମରେ ଝୁଲଣ ଯାତ୍ରା ସମ୍ପର୍ଣ୍ଣ ହୋଇଯାଇଛି । ରାଧାକୃଷ୍ଣଙ୍କ ଯୁଗଳ ମୂରତୀଙ୍କୁ ଦେଉଳ ଗାଁ ଜଗନ୍ନାଥ ମନ୍ଦିରରୁ ଆଣି ଘୁନଘୁଟିପାଲି ପୂଜା ମଣ୍ଡପଠାରେ ସ୍ଥାପିତ କରାଯାଇଥିଲା ଏବଂ ଗ୍ରାମର ସମସ୍ତ ଜନସାଧାରଣ ହୋଇଯାଇଥାଏ ଗୋପୀ ଗୋପାଳ ଆଉ ଘୁନଘୁଟିପାଲି ଗାଁ ହେଇଯାଏ ବୃନ୍ଦାବନ । ସମସ୍ତଙ୍କ ଘର ସାମ୍ନାରେ ଝୋଟି କଳସ ଦୀପ ଜାଳି ପ୍ରଭୁଙ୍କୁ ସ୍ଵାଗତ କରାଯାଏ ଓ ପ୍ରତିଦିନ ସନ୍ଧ୍ୟାରେ ବୈଠକି ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥାଏ । ଶ୍ରାବଣ ପୂର୍ଣ୍ଣିମା ଦିନ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କୁ ରଥରେ ବସାଇ ନଗର ପରିକ୍ରମା କରାଯାଇଥାଏ । ପ୍ରତ୍ୟହ ୧୬ ପ୍ରକାର ବ୍ୟଞ୍ଜନ ପ୍ରଭୁଙ୍କୁ ସମର୍ପିତ କରାଯାଇ ଭୋଗ କରାଯାଇଥାଏ । ଏହି ଯାତ୍ରାରେ ଆଖପାଖ ଅଂଚଳର ବହୁ ଭକ୍ତ ଯୋଗଦେଇ ପ୍ରଭୁଙ୍କ କୃପା ଲାଭ କରିଥାଆନ୍ତି । ଏବର୍ଷ ଲୟ ବାରଲେଣ୍ଡିଆ ଓ ବବିତା ପୂଜା କର୍ତ୍ତା ଭାବେ ଥିବା ବେଳେ ହରିଶନ୍ଦ୍ର ବଗର୍ତ୍ତି, ଲକ୍ଷଣ ପରୁଆ, କାଳିଆ ବିଶି, ତାରା ନାଗ, ମଣ୍ଟୁ ସେଠ୍ ଆହୁରି ଅନେକ ବ୍ରତୀ ଭାବେ ରହିଥିଲେ । ପୂଜକ ନାରାୟଣ ରଥ ପୂଜା କରିଥିଲେ । ରମଣୀ ପଟେଲ, କିଶୋର ସାହୁ, କ୍ଷମାନିଧି ବିଶି, ଡୋଲାମଣି ବଗର୍ତ୍ତି, ଅର୍ଜୁନ ସାହୁ, ଅକ୍ଷୟ ସାହୁ, କୀର୍ତ୍ତି ବନଗୋଲା ପ୍ରମୁଖ ସହଯୋଗ କରିଥଲେ ।

Leave A Reply

Your email address will not be published.