
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ପାରମ୍ପରିକ ଐତିହାସିକ ଦୋଳଯାତ୍ରା ସମ୍ପନ୍ନ ହୋଇଯାଇଛି । ଦୋଳ ପୂର୍ଣ୍ଣମୀ ଦିନ ସନ୍ଧ୍ୟାରେ ପଞ୍ଚଦୋଳ ବିମାନରେ ରାଧାକୃଷ୍ଣ ଯୁଗଳମୂର୍ତ୍ତି ଚଳନ୍ତି ପ୍ରତିମା ବିଜେ କରିଥିଲେ । ନାନା ପୂଜାର୍ଚ୍ଚନାର ସହ ଦୋଳଗୋବିନ୍ଦଙ୍କ ଯାତ୍ରା ବର୍ଣ୍ଣାଢ଼୍ୟ ପଟୁଆରରେ ସହର ପରିକ୍ରମଣ କରିଥିଲା । ବିଭିନ୍ନ ରଙ୍ଗାରଙ୍ଗ ନୃତ୍ୟଗୀତ ଏବଂ ଧୂମ-ତାଡକା ବାଦ୍ୟ ଧ୍ଵନିରେ ସହର ପ୍ରକମ୍ପିତ ହୋଇଉଠିଥିଲା । ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ରାଜେଶ ସାହୁ, ଉପସଭାପତି ରବୀନ୍ଦ୍ରନାଥ ସାହୁ, ଗୋପାଳ ସ୍ୱାମୀ, ବରିଷ୍ଠ ଉଦ୍ୟକ୍ତା ବିଶ୍ୱନାଥ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।