oom

ପଦ୍ମପୁରରେ ପହଞ୍ଚିଲା କୋସଲ ଜନ ଜାଗରଣ ଯାତ୍ରା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ଚାଷୀ ଓ ଜିଲ୍ଲା ଦାବୀ ପରେ ମୁଣ୍ଡ ଟେକିଲାଣି କୋସଲ ରାଜ୍ୟ ଦାବୀ ପ୍ରସଙ୍ଗ । ଉପନିର୍ବାଚନରେ କୋସଲ ପ୍ରସଙ୍ଗ ଉଠାଇ ଆନ୍ଦୋଳନକୁ ଓହ୍ଲାଇ ପଡିଛି କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା । ‘କୋସଲ କଥା କହେବା ଯିଏ, ଆମର ନେତା ସିଏ’ ନାରା ଦେଇ ଗତ ୨୨ ତାରିଖ ଦିନ ୧୧ ଟା ସମୟରେ ନୃସିଂହନାଥ ପିଠରୁ କୋସଲ ଜନଜାଗରଣ ଯାତ୍ରା ଆରମ୍ଭ ହୋଇ ପାଇକମାଲ, ମାଲଦା ଦେଇ ଆଜି ବରିକେଲକୁ ପହଞ୍ଚିଥିଲା । ବରିକେଲ ଗ୍ରାମବାସୀଙ୍କ ତରଫରୁ ଏହି ପଦଯାତ୍ରୀ ଦଳଙ୍କୁ ସ୍ୱାଗତ କରାଯିବା ସହିତ ସେମାନଙ୍କ ଖାଇବା ବ୍ୟବସ୍ଥା କରାଯାଇଥିଲା । ପରେ ଆନ୍ଦୋଳନକାରୀ ଆଜି ପଦ୍ମପୁର ଭେଉଁରିଆ ଛକଠାରେ ପହଞ୍ଚିଥିଲା । ପଦଯାତ୍ରୀ ଦଳଙ୍କୁ ନାଗରିକ କମିଟି ପଦ୍ମପୁର, ଓକିଲ ସଂଘ, ରାଜ ବୋଡ଼ାସମ୍ୱର କୃଷକ ସଙ୍ଗଠନ, ଡବ୍ଲୁଓୱାଇଏମ୍‌ ଓ ପଦ୍ମପୁରର ଅନେକ ସଂଗଠନ ତରଫରୁ ସ୍ୱାଗତ କରାଯାଇଥିଲା । ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବୀ ନେଇ ଚାଲୁଥିବା ଆନ୍ଦୋଳନ ଏବେ ନିର୍ବାଚନୀ ମୁହାଁ ହେବା ଓ ପ୍ରସଙ୍ଗ ପାଲଟିଥିବା ବେଶ ଆଲୋଚନାର ବିଷୟ ପାଲଟିଛି । ଆଜି ବରିକେଲ ଠାରେ ଉଭୟ ବିଜେପି ଓ କଂଗ୍ରେସ ଦଳର ଦଳୀୟ ପ୍ରାର୍ଥୀ ପଦଯାତ୍ରାକୁ ସମର୍ଥନ ଜଣାଇ ସାମିଲ ହୋଇଥିବା ବେଳେ ବିଜେଡି କୋସଲ ପଦଯାତ୍ରାରୁ ଦୂରେଇ ରହିଥିବା ଜଣାପଡ଼ିଥିଲା । ପରେ ଆନ୍ଦୋଳନକାରୀ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲୁଥିବା ଜିଲ୍ଲା ଦାବୀ ଆନ୍ଦୋଳନ ଓ ଚାଷୀ ଆନ୍ଦୋଳନ ସ୍ଥଳିକୁ ପହଞ୍ଚି ସମର୍ଥନ ଜଣାଇ ଧାରଣାରେ ବସିଥିଲେ ଏବଂ ଧାରଣାରତ ଅନେକ ନେତା କୋସଲ ରାଜ୍ୟ ହିଁ ବିକଳ୍ପ ବୋଲି ବକ୍ତବ୍ୟ ଦେଇ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଥିଲେ । ଆଜିର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବରିଷ୍ଠ ଆଇନଜୀବୀ ଅଜିତ ଶତପଥି, ଉପସଭାପତି ଗଣେଷ ସାହୁ, ଛାତ୍ର ନେତା ଆକାଶ ପଣ୍ଡା, ସମ୍ପାଦକ ଜନାର୍ଦନ ସିଂ, ସିପୁନ ଖମାରୀ, ଗଜପତି ସାହୁ, କୋସଲ ସେନା ସଭାପତି କସ୍ତୁବ ସାହୁ, ବୀରବଲ ମହାକୁର, ଅଶୋକ ଛତର, ସରୋଜ ପଧାନ ପ୍ରମୁଖ କୋସଲ ନେତା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.