jayashree

ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ସଚେତନତା ଯାତ୍ରା

ପାଟଣା : ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଗରିବୀ, ବିଷମତା, ବେରୋଜଗାର, ଶୋଷଣ, ନାରୀ ନିର୍ଯାତନା, ଧାର୍ମିକ କଟ୍ଟରତା, ସାମ୍ପ୍ରଦାୟିକବାଦ, ଫାଶୀବାଦ ଓ ଏକଛତ୍ରବାଦ ଭଳି ଘଟଣା ଶୀର୍ଷ ସ୍ତରରେ ପହଞ୍ଚି ଥିବା ଅଭିଯୋଗ ଆଣିବା ସହ ଓଡ଼ିଶାର ପରୀ, ବେବିନା, ମମତା, ଇତିଶ୍ରୀଠାରୁ ଆରମ୍ଭ କରି ରୁଚିକା ମାମଲା ପର୍ଯ୍ୟନ୍ତ ତଦନ୍ତ ଫଳ ଶୂନ୍ୟ ରହିବା ଆଦି ବିବିଧ ପ୍ରସଙ୍ଗ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏକ ସଚେତନତା ଯାତ୍ରା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ସମଗ୍ର ରାଜ୍ୟ ପରିକ୍ରମା କରୁଥିବା ବେଳେ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଅଧିବାମନ ମହାବିଦ୍ୟାଳୟରେ ପହଞ୍ଚିଥିଲା । ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲିଙ୍କ ନିର୍ଦ୍ଦେଶରେ ରାଜ୍ୟ କମିଟି ସଦସ୍ୟ ପ୍ରଶାନ୍ତ କୁମାର ପ୍ରଧାନ, ସଚିନ ରାଉତ, ଜିଲ୍ଲା ସହସଂଯୋଜିକା ବିଳାସିନୀ ମହାନ୍ତ ଓ ରାଜା ଜେନା ପ୍ରମୁଖ ତୁରୁମୁଙ୍ଗାରେ ଛାତ୍ରଛାତ୍ରୀଙ୍କୁ ସଂଗଠନର ସଚେତନତା ବାର୍ତ୍ତା ଦେଇଥିଲେ ।

Leave A Reply

Your email address will not be published.