ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୫ତମ ଭାରତର ସ୍ୱାଧୀନତା ଦିବସ ଉପଲେକ୍ଷ ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାନୁଷ୍ଠାନ ତଥା ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀ, ସାମ୍ବାଦିକ ଗଣ, ପାଇକମାଲ ଜନସାଧାରଣ ଶତାଧିକ ଶୋଭାଯାତ୍ରାରେ ସାମିଲ ହୋଇ ଉପଭୋଗ କରିଥିଲେ । ଶୋଭାଯାତ୍ରାଟି ହାଇସ୍କୁଲ ପଡିଆଠାରୁ ଆରମ୍ଭ ହୋଇ ପାଇକମାଲ ମୁଖ୍ୟ ଛକ ପର୍ଯ୍ୟନ୍ତ ଆସି ସେଠାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମାପ୍ତ ହୋଇଥିଲା । ପାଇକମାଲ ମୁଖ୍ୟ ଛକଠାରେ ଭବ୍ୟ ତ୍ରିରଙ୍ଗା ସଭା ଅନୁଷ୍ଠିିତ ହୋଇଥିଲା । ଏହି ସଭାରେ ସରୋଜ କୁମାର ସାମଲଙ୍କ ତତ୍ତ୍ବାବଧାନରେ ପାଇକମାଲ ସିଆରପିଏଫ କମାଣ୍ତର ମୋହନ କୁମାର ପ୍ରଧାନ ଜାତୀୟ ସଙ୍ଗୀତ ଗାନ କରି ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟବକ୍ତା ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଭାରତକୁ ସ୍ୱାଧୀନ ଆଣିଥିବା ମହାନ ବିଶିଷ୍ଟ ନେତାମାନଙ୍କର ବଳିଦାନ ପ୍ରତି ସ୍ମରଣ କରି ଭାରତର ସ୍ୱାଧୀନତା ବିଷୟରେ ଆଲୋକପାତ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ତ୍ରିରଙ୍ଗା ପରିକ୍ରମା ପଦଯାତ୍ରାରେ ୧୦୦ ମିଟର ପତାକା ଆକର୍ଷଣୀୟ ହୋଇଥିଲା । ଶେଷରେ ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଏହି ଭବ୍ୟ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗୋବର୍ଦ୍ଧନ ଅଗ୍ରୱାଲ, ସତ୍ୟନାରାୟଣ ବେହେରା, ଯୋଗେନ୍ଦ୍ର ଭୋଇ, ଦିଲ୍ଲୀପ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ସମିତି ସଭ୍ୟା ଶ୍ରୀମତୀ ନିରୁପମା ନାଗ, ଧନସିଂ ତାଣ୍ତି, ପ୍ରେମସାଗର ଫୌଜଦାର, ରାଜ କିଶୋର ସାହୁ, ରାଜ କୁମାର ତ୍ରିବେଦୀ, କୌଲାସ ଦିଶ୍ରୀ, ଯୁଗଳ ମେହେର, ଡା. ବୁଲୁ ବାରିକ, ସୁଶାନ୍ତ ନାଗ, ଇନ୍ଦ୍ରଜିତ ଭୋଇ, ହରେକୃଷ୍ଣ ସୁନା, ରାଜେନ୍ଦ୍ର ସେଠ, ଶୁକଦେବ ପ୍ରଧାନ, ରାଜେଶ ଅଗ୍ରୱାଲ, ପୁରୁଷୋତ୍ତମ ନାଏକ, ପିତବାସ ସାହୁ ପ୍ରମୁଖ ସହଯୋଗ କରିଥିଲେ ।