oom

ଋଷିକୁଲ୍ୟା ନଦୀ ତଟରୁ ବୋଲ୍‌ବମ୍‌ ଭକ୍ତଙ୍କ ଯାତ୍ରା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ଶ୍ରାବଣ ମାସର ସୋମବାରରେ ଶିବଲିଙ୍ଗରେ ଜଳ ଢାଳି ପୁଣ୍ୟ ଅର୍ଜନ କରିବା ପାଇଁ ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ସନ୍ନିକଟ ଋଷିମାଳ ପର୍ବତରୁ ବହି ଆସିଥିବା ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ ଶ୍ରାବଣ ଭାର ନେଇ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରିଛନ୍ତି ବୋଲ୍‌ବମ୍‌ ଭକ୍ତ । ଗେରୁଆ ବସ୍ତ୍ର ପରିଧାନ ପୂର୍ବକ ବୋଲ୍‌ବମ୍‌ ହର୍‌ ହର୍‌ ବମ୍‌ ନାରା ଦେଇ ନଦୀ ଘାଟରେ ଶିବଲିଙ୍ଗ ସ୍ଥାପନ କରିବା ସହ ପାରମ୍ପାରିକ ରୀତିନୀତି ଅନୁଯାୟୀ କାଉଡ଼ିଆମାନେ ପୂଜାର୍ଚ୍ଚନା କରିଥିବା ଲକ୍ଷ କରାଯାଇଛି । ପରେ ନିକଟସ୍ଥ ବାବା ଆଖଣ୍ଡଳମଣିଙ୍କ ବେଢ଼ା ପରିକ୍ରମା କରିବା ସହ ମହାଦେବଙ୍କୁ ଦର୍ଶନ କରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରିଛନ୍ତି ମାନସିକଧାରୀ । ଆଗାମୀ ଦିନରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦାମୋଦରପୁର ଗ୍ରାମ ବାବା ଆଖଣ୍ଡଳମଣି ବୋଲ୍‌ବମ୍‌ ପରିଚାଳନା କମିଟି ପକ୍ଷରୁ ନଦୀ ଘାଟଠାରୁ ମନ୍ଦିର ପରିସର ମଧ୍ୟରେ ବ୍ୟାପକ ସୁବ୍ୟବସ୍ଥା କାରାଯିବା ସହ ସୁସଜ୍ଜିତ କରାଯାଇଥିବା ଲକ୍ଷ କରାଯାଇଛି । ଗଂଜାମ ସହର ସମେତ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପୂଜା ଦୋକାନ ଓ ଉଠା ଦୋକାନମାନଙ୍କରେ ବୋଲ୍‌ବମ୍‌ ସାମଗ୍ରୀ ବିକ୍ରି ହେଉଥିବା ଲକ୍ଷ କାରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

jittmm
Leave A Reply

Your email address will not be published.