centurian jitm

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

nschool

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିର ସମ୍ମୁଖ ପଡିଆରେ ଶନିବାର ଏକ ଭବ୍ୟ ସମାରୋହରେ ପାଳିତ ହୋଇଯାଇଛି । ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମି଼, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ୍, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବ୍ରିକ୍ରମ ସାହୁ, ଆସୋସିଏସନ୍ ଉପଦେଷ୍ଟା ଭଗବାନ ମହାନ୍ତି ଓ ଆଇନ ପରାମର୍ଶଦାତା ଗୋପୀନାଥ ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସାମ୍ବାଦିକ ରାଜୀବ କୁମାର ସଗରିଆ ଯୋଗଦେଇ ବର୍ତମାନ ସମୟର ପ୍ରେସ ସ୍ଵାଧୀନତା ତଥା ସାମ୍ୱାଦିକତାର ବିଭିନ୍ନ ଦିଗ ଓ ପ୍ରଶାସନ ସହ ସୁସମ୍ପର୍କ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ମୁରିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ଦୀପକ ସମାଦ୍ଦାର, ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହେରା, ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ହଳଦୀର ଡ୍ରାଗନ ଚାଷୀ ଚନ୍ଦ୍ରଧ୍ଵଜ ପୋଡ଼, ଯୁବ ସାମ୍ବାଦିକ ଅନ୍ତିମ କୁମାର ପାଣିଗ୍ରାହୀ, ବରିଷ୍ଠ କଳାକାର ରାମନାଥ ଷାଣ୍ଡ, ଯୁବ ସାମ୍ୱାଦିକ ନିବେଶ କୁମାର ପାଣିଗ୍ରାହୀ, ହଳଦୀର ବ୍ୟବସାୟୀ ଶେଷଦେବ ପୁଟେଲ, ସମାଜସେବୀ ଗିରିଧାରୀ ମହାନନ୍ଦ, ଦଣ୍ଡ ସାଗରରେ ଭୂଷିତ ରସାନନ୍ଦ ବସ୍ତିଆ, ଖେରଟର ଆଶାକର୍ମୀ ସବିତା ରଣା, ଯୁଗୀରତା ସ୍କୁଲ ସହକାରୀ ଶିକ୍ଷକ ସୋମନାଥ ଧଳ, ପ୍ରକୃତି ମିତ୍ର ପୀତବାସ ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷକ ଇନ୍ଦ୍ରମଣି ସେଠ, ମୁରିବାହାଲ ବ୍ଲକ ବିକାଶ ମଞ୍ଚ, ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ, ମୁରିବାହାଲ ପୁଲିସ ଥାନା, ମୁରିବାହାଲ ମାଁ ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ଓ ତେନ୍ତୁଳିଖୁଣ୍ଟି ଜଙ୍ଗଲ ସୁରକ୍ଷା କମିଟିଙ୍କୁ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଅତିଥିମାନଙ୍କ ଦ୍ଵାରା ସ୍ୱତନ୍ତ୍ର ଭାବେ ସମ୍ୱର୍ଦ୍ଧିତ କରାଯାଇଥିଲା । ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏନର କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ଉପସଭାପତି ପ୍ରେମାନନ୍ଦ ତାଣ୍ଡି, ଗିରିଧାରୀ ସାହୁ, ସହସମ୍ପାଦକ ମୋତିଲାଲ ତାଣ୍ଡି, ସୁବାସ ମାଝୀ, ପାର୍ଥବ ଲୁହା, ସୁଧୀର ତାଣ୍ଡି, ହୃଦାନନ୍ଦ ବାଗ, ମଦନ ମୋହନ ସାହୁ, ସୁମନ୍ତ ମହାଲିଙ୍ଗ, ଚୁଡ଼ାମଣି ମାହାକୁର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆସୋସିଏସନ୍ କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି ଶେଷରେ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!