ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ

ଦେଓଗାଁ, (ମନୀଷ କୁମାର ସାହୁ) : ୭୭ତମ ସ୍ୱଧୀନତା ଦିବସ ଉପଲକ୍ଷେ ଦେଓଗାଁ ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁ‌ଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଦେଓଗାଁ ବ୍ଳକସ୍ତରୀୟ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଜାତୀୟ ପତାକା ଉତ୍ତୋଳନ କରି ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସରକାରୀ ଯୋଜନାକୁ ଉଚିତ୍‌ ହିତାଧିକାରୀ ପାଖେ ପହଞ୍ଚାଇବା ଦାୟିତ୍ୱକୁ ନେଇ ଅବଗତ କରିଥିଲେ । ଜାତୀୟ ପତାକା ତଳେ ଦେଓଗାଁ ବ୍ଳକ ମହଲାଇ ପଞ୍ଚାୟତ ପାଣ୍ଢେଲ ଗାଁର ଭୁଗୀ କୁଅଁରଙ୍କ ସୁପୁତ୍ର କୁମୁଦ କୁଅଁର ଓଡ଼ିଶା ପ୍ରଶାସନିକ ସେବାରେ ଉର୍ତ୍ତୀଣ୍ଣ ହୋଇଥିବାରୁ ଓ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ୟାରେଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଦେଓଗାଁ ଓଏଭି ଛାତ୍ରୀ ଅଭିପ୍ସା ହୋତାଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ଦେଓଗାଁ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ, ସାଲେପାଲି ଜେବିବିଏସ୍‌ଏନ୍‌ରେ ନିର୍ଦ୍ଦେଶକ କନିୟରଲାଲ ସାମଲ, ସିକୁଆଁ ୟୁପି ସ୍କୁଲରେ ସ୍କୁଲ ଅଧ୍ୟକ୍ଷ କବି ସାହୁ, ବେଥେଲ ଇଂରାଜୀ ସ୍କୁଲ ଚୋରମରାରେ ସ୍କୁଲ ଚ୍ୟାରମେନ୍‌ ହରିଶ୍ଚନ୍ଦ୍ର ଦାସ, ସାରସମାଲ ୟୁପିସ୍କୁଲରେ ସରପଞ୍ଚ ଗୋପାଳ କୃଷ୍ଣ ବାଗ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।

Leave A Reply

Your email address will not be published.