oom

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଏକଦିବସୀୟ ଜାତୀୟ କର୍ମଶାଳା

jsmm

ରାଉରକେଲା : (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ” ମେଥୋଡୋଲୋଜି ମେଡ୍ ଇଜି: ଏ ବିଗନର୍ସ ଗାଇଡ୍” ଆରମ୍ଭ କରୁଥିବା ବ୍ୟକ୍ତିଙ୍କ ପଥପଦର୍ଶକ ଭାବେ ପଦ୍ଧତି ବିଦ୍ୟା ସରଳୀକରଣ କରିଥାଏ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ଏନ୍ଆଇଟି ର ପ୍ରଫେସର ରାଜୀବ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ସହ ପଦ୍ଧତି ବିଦ୍ୟା ଓ ଗବେଷଣା ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ । ସେ ବିଭିନ୍ନ ଉଦାହରଣ ଦେଇ ତାଙ୍କ ବକ୍ତବ୍ୟରେ ଚରଖ, ଉତ୍ପାଦନ ପାଇଁ ଆବଶ୍ୟକତା, ଗବେଷଣା କ’ଣ ଓ କାହିଁକି, ତଥା ଛାତ୍ର ଜୀବନର ଶ୍ରେଷ୍ଠ ମୁହୁର୍ତ୍ତକୁ ସଠିକ୍ ଉପଯୋଗ ଓ ଏଥିରେ କିପରି ଭବିଷ୍ୟତ ସୁନ୍ଦର ହୋଇଥାଏ ସେ ସମ୍ପର୍କରେ ସରଳ ଭାଷାରେ ଆଲୋଚନା କରିଥିଲେ । ଟେକ୍ନିକାଲ ସେସନରେ ଆରଏସପିର ଉପମହାପ୍ରବନ୍ଧକ କ୍ରିଷ୍ଣ କୁମାର ଜୟସ୍ୱାଲ ଓ ରିମ୍ସର ପ୍ରଫେସର ଡ଼ଃ ଶ୍ରୀକୁମାର ପଦ୍ଧତି ବିଦ୍ୟା ଗବେଷଣାର ଉଦ୍ଦେଶ୍ୟ, କାର୍ଯ୍ୟ ପ୍ରଣାଳୀ ଥେସିସ ଲେଖିବା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଉଦ୍‌ଯାପନୀ ସମାରୋହରେ ପର୍ଶୁରାମ ମିଶ୍ର, ଉଚ୍ଚତର ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ ଦିବାକର ଷଡ଼ଙ୍ଗୀ ଯୋଗଦେଇ ଗବେଷଣାର ମହତ୍ତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ବିଜୟ କୁମାର ପାଢ଼ୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଆକାଶ ଚନ୍ଦ୍ର ଦାସ ଭିତ୍ତି ପ୍ରବନ୍ଧ ପାଠ କରିଥିଲା ବେଳେ ଉପଦେଷ୍ଟା ସଦସ୍ୟ ପ୍ରଫେସର ଗୋଲକ ବିହାରୀ ଦଳବେହେରା, ପ୍ରଫେସର ସୁନିଲ କୁମାର ମହାନ୍ତି, ରୁମା ସାହୁ ବିଷୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସୁଶ୍ରୀ ଅନିଶା ପଣ୍ଡା, ଆନନ୍ଦିତା ଦାସ, କ୍ରିତ୍ରିକା ଅଗ୍ରୱାଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କାର୍ଯ୍ୟକାରୀ ସଦସ୍ୟ ଦୀପ୍ତି ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବିଭିନ୍ନ ପର୍ଯ୍ୟାୟରେ ଆଶିର୍ବାଦ ମାଝୀ, ସୁଦୀପ୍ତୀ କେରକେଟା, ଆକାଶ ଚନ୍ଦ୍ର ଦାସ, ପ୍ରିୟଙ୍କା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରାଜ୍ୟ ସ୍ତରୀୟ ସମ୍ମିଳନୀରେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷ ଡ଼ଃ ପ୍ରଧାନ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

jittmm
Leave A Reply

Your email address will not be published.