ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ମୁଖ୍ୟ ଅତିଥି ଡ.ଦ୍ୱାଦଶ ପ୍ରଧାନ ଦ୍ୱୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜାତୀୟ ବିଜ୍ଞାନ ଦିବସ ଅବସରରେ ମମତା ଗଡତିଆ, ଗୁରୁମା ସି.ଭି. ରମଣଙ୍କ ଜୀବନୀ ବିଷୟରେ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଆଜ୍ଞା ଜାତୀୟ ବିଜ୍ଞାନ ଦିବସ କାହିଁକି ପାଳନ କରିଥ।ଉ ତଥା ବିଜ୍ଞାନ ମଣିଷ ପାଇଁ କିପରି ବରଦାନ ସାଜିଛି ସେ ବିଷୟରେ ଆଲୋକପାତ କରିଥିଲେ । ବିଜ୍ଞାନ ବିଭାଗର ଗୁରୁଜୀ ସଂଗ୍ରାମ ପଟେଲ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ରାଧାକାନ୍ତ ସାହୁ ଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କର୍ଯ୍ୟକ୍ରମଟି ସଫଳ ହୋଇଥିଲା ।