ମାରୱାଡି ସେବାସଦନରେ ଜାତୀୟ ପତାକା ଉତ୍ତୋଳନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଟି ପାଇଁ ଗଣତନ୍ତ୍ର ଶାସନ ନ୍ରୂଆ ନୁହେଁ । ଏହି ଅଂଚଳରେ ୯୦୦ ବର୍ଷ ପୂର୍ବେ ଗଣତନ୍ତ୍ର ଶାସନ ଥିଲା । ଆମ ଲୋକେ ନିଜେ ନିଜର ଶାସକ ଚୟନ କରୁଥିଲେ । ଶାସନ କରୁଥିବା ଲୋକେ ଭୁଲ ରାସ୍ତାରେ ଶାସନ କଲେ ତାଙ୍କୁ ଭୋଟ ମାଧ୍ୟମରେ ଶାସନ ଗାଦିରୁ ହଟାଇ ପାରୁଥିଲେ । କିନ୍ତୁ ପରବର୍ତ୍ତି ସମୟରେ ଜୋର ଜବରଦସ୍ତି ଏ ଅଂଚଳକୁ ରାଜତନ୍ତ୍ର ଅସିଲା ଏବଂ କ୍ରମାଗତ ଭାବରେ ଆମ ଅଂଚଳକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଇତ୍ୟାତି ସମସ୍ତ କ୍ଷେତ୍ରରେ ଜାଣିଶୁଣି ଅବହେଲା କରାଯାଇ ଏକ ବିକଶିତ ଅଂଚଳକୁ ପୁଣି ଏକ ଅନନ୍ନତ ଅଂଚଳ ଭାବରେ ପରିଣତ କରାଗଲା ତେଣୁ ଏହି ସାଧାରଣତନ୍ତ୍ର ଦିବସରେ ମୁଁ ଆହ୍ୱାନ ଜଣାଉଛି ଆମେ ଏକତ୍ରିତ ହୋଇ ଗଣତନ୍ତ୍ରକୁ ସୁଦୃଢ କରିବା ଏକ ସୁଶାସନ ପ୍ରତିଷ୍ଠା କରିବା ଯାହା ଦ୍ୱାରା କି ଏ ଅଂଚଳର ପୁଣି ସର୍ବାଙ୍ଗିନ ଉନ୍ନତି ହେବ ଓ ଲୋକଙ୍କର ଆର୍ଥନୈତିକ ଓ ସମାଜିକ କ୍ଷେତ୍ରରେ ବିକାଶ ହୋଇପାରିବ ବୋଲି ସାଧାରଣତନ୍ତ୍ର ଦିବସ ଅବସରରେ ମାରୱାଡି ସମାଜ ଦ୍ୱାରା ଆୟୋଜିତ ଉତ୍ସବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏ ଅବସରରେ ଉତ୍କଳ ପ୍ରାନ୍ତିୟ ମାରୱାଡି ସମ୍ମିଳନର ସଭାପତି ସଂଜୟ ଅଗ୍ରୱାଲ, ସଂପାଦକ ଗଜାନନ ଅଗ୍ରୱାଲ, ମାରୱାଡି ଯୁବାମଂଚ ସଭାପତି ରାଜେଶ ଅଗ୍ରୱାଲ, ମାରୱାଡି ସମ୍ମେଳନ ଅଧ୍ୟକ୍ଷା ଲକ୍ଷ୍ମୀ ଅଗ୍ରୱାଲ, ବିଷ୍ଣୁ ପ୍ରସାଦ କେଡିଆ, ବାବୁଲାଲ କେଡିଆ, ରାଜକୁମାର ଅଗ୍ରୱାଲ, ଧୃବରାଜ ଜୈନ, ସାମ୍ବାଦିକ ପବନ ଅଗ୍ରୱାଲ ଉପସ୍ଥିତ ଥିବା ବେଳେ ସମାଜ ସେବୀ ରମେଶ ଅଗ୍ରୱାଲ ଓ ପ୍ରଫୁଲ୍ଲ ଜୈନଙ୍କ ସମାଜ ତରଫରୁ ତାଙ୍କର ଉନ୍ନତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.