ବିଦ୍ୟାଳୟ ଶିକ୍ଷାରେ ଓଡିଆ ଭାଷା କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ଶବ୍ଦ ପ୍ରୟୋଗ ନେଇ ଦୁଇ ଦିବସୀୟ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଏହି ଦୁଇ ଦିବସୀୟ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚବିଦ୍ୟାଳୟ, ମୁନିନ୍ଦା ଠାରେ ବୈଜ୍ଞାନିକ ତଥା ତକନିକ ଶବ୍ଦାବଳୀ ଆୟୋଗ, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର, ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ଓ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚବିଦ୍ୟାଳୟ, ମୁନିନ୍ଦା ସହଭାଗିତାରେ ବିଦ୍ୟାଳୟ ଶିକ୍ଷାରେ ଓଡିଆ ଭାଷା କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ଶବ୍ଦ ପ୍ରୟୋଗ ପ୍ରସଂଗରେ ଚଳିତ ମାସ ୨୩ ଓ ୨୪ ତାରିଖ ୨ ଦିନ ଧରି ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବାର ସୂଚନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସବିତା ଦାସ, ପ୍ରଧାନ ଶିକ୍ଷକ ହୃଶିକେଶ ବଳିୟାରଂସିହ ଓ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ପ୍ରଫେସର ଶଶାଂକ ଚୁଡାମଣି ବୁଧବାର ଅପରାହ୍ନରେ ପ୍ରେସମିଟ୍ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.