ବ୍ରହ୍ମପୁରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ସ୍ଥଳ ବ୍ରହ୍ମପୁର ମହାନଗରରେ ଉପଖଣ୍ଡସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ସମାରୋହ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶ ମଧ୍ୟରେ ପାଳିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ପଡିଆ ଠାରେ ଆୟୋଜିତ ସମ୍ମିଳିତ ପ୍ୟାରେଡରେ ଗଞ୍ଜାମ ଜିଲ୍ଲାପାଳ,ଦିବ୍ୟଜ୍ୟୋତି ପରିଡ଼ା ଯୋଗଦେଇ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ଏବଂ ଜାତି ଉଦ୍ଦେଶ୍ୟରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଜାତିର ଜନକ ମହତ୍ମା ଗାନ୍ଧୀଙ୍କ ଅହିଂସା ମହାମନ୍ତ୍ର ଓ ବାଣୀ କିଭଳି ଦେଶବାସୀଙ୍କୁ ଉଦ୍‌ବୁଦ୍ଧ କରିଥିଲା ଏବଂ ଇତିହାସରେ ଗୁଞ୍ଜରିତ ହୋଇଥିବା କାହାଣୀ ବ୍ରହ୍ମପୁର ସହରର ଓ ଗଞ୍ଜାମ ମାଟିର ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଷ୍ଠ ବଳିଦାନକୁ ଆଲୋକପାତ କରି ସେହି ପୂର୍ବ ସୂରୀ ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟଅତିଥି ତଥା ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ବରପୁତ୍ର ତଥା ସ୍ଵାଧୀନତା ସଂଗ୍ରାମୀମାନଙ୍କ ଫଟୋଚିତ୍ର ପ୍ରଦର୍ଶନୀକୁ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଗଞ୍ଜାମ ଜିଲ୍ଲା ପାଇଁ ଅନୁମୋଦିତ ହୋଇଥିବା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଏବଂ କଳା,ସଂସ୍କୃତି,ସାହିତ୍ୟ କ୍ଷେତ୍ରରେ ବିକଶିତ କରିବା ପାଇଁ ସରକାରଙ୍କ ନଜିର ରହିଛି ବୋଲି ସ୍ପଷ୍ଟ କରିଛନ୍ତି । ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ସମୃଦ୍ଧି କରିବାରେ ଦେଶବାସୀଙ୍କ ପ୍ରୟାସ ହର୍‌ ଘର ଘର ତ୍ରିରଙ୍ଗା ସ୍ୱାଧୀନତାର ବାଣୀକୁ ରୁଦ୍ଧିମନ୍ତ କରୁଛି ବୋଲି ଜିଲ୍ଲାପାଳ କହିଥିଲେ । ଏହି ଉପଖଣ୍ଡସ୍ତରୀୟ ଉତ୍ସବ ପ୍ୟାରେଡ ୍‌ରେ ୩୯ଟି ଦଳ ଯୋଗଦେଇଥିଲେ । ଅନ୍ୟୁନ ୬ଗୋଟି ଦଳ ସୁନ୍ଦର ଶାରୀରିକ କ୍ରୀଡା ପ୍ରଦର୍ଶନ କରି ଦର୍ଶକଙ୍କ ମନରେ ସ୍ୱାଧୀନତାର ଚିନ୍ତନ ଓ ଜାଗୃତି କରିଥିଲା । ବ୍ରହ୍ମପୁର ସ୍କେଟିଂ ଏକ ଚିତାକର୍ଷକ ପ୍ରଦର୍ଶନୀ କରିଥିଲେ । ଆଜିର ଏହି ପ୍ୟାରେଡ ୍‌କୁ ପ୍ୟାରେଡ୍ କମାଣ୍ଡର ଆର୍.ଆଇ.ଅଫ୍ ପୋଲିସ୍ ଏମ.ଲକ୍ଷ୍ମୀ ରଞ୍ଜନ, ସେକେଣ୍ଡ ଇନ୍-କମାଣ୍ଡ, ସର୍ଜେଣ୍ଟ ପ୍ରସନ୍ନ କୁମାର ଦାସ ପରିଚାଳନା କରିଥିଲେ ।
ଏହି ଉପଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ଉତ୍ସବରେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ବ୍ରହ୍ମପୁର ମେୟର, ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର, ଇ.ବିବେକ ରେଡ୍ଡି, ବ୍ରହ୍ମପୁର ଉପ-ଜିଲ୍ଲାପାଳ, ଆଇ.ଏ.ଏସ୍. ଦୀନା ଦସ୍ତଗିର, ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ସେଠୀ ଉପସ୍ଥିତ ଥିଲେ। ଉପ-ଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ପାଇଁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସମସ୍ତ ପ୍ରତିଯୋଗିମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ଓ ଏହି ଦିବସରେ ପ୍ୟାରେଡ ପ୍ରଦର୍ଶନ କ୍ଷେତ୍ରରେ ସିନିୟର୍ ଡିଭିଜନ୍ ଏନ୍.ସି.ସିରେ ପ୍ରଥମସ୍ଥାନ ସିଟି କଲେଜ,ବ୍ରହ୍ମପୁର (ଆର୍ମି), ଦ୍ଵିତୀୟ: ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର , ନୀଳକଣ୍ଠ ନଗର (ଆର୍ମି), ଜୁନିୟର୍ ଡିଭିଜନ୍ ଏନ୍.ସି.ସି. (ବାଳିକା)ରେ ପ୍ରଥମ: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଆର୍ମି), ଦ୍ଵିତୀୟ, ଡି.ଏ.ଭି ପବ୍ଲିକ ସ୍କୁଲ (ଆର୍ମି), ଜୁନିୟର୍ ଡିଭିଜନ୍ ଏନ.ସି.ସି. (ବାଳକ)ରେ ପ୍ରଥମ,ସିଟି ଉଚ୍ଚ ବିଦ୍ୟାଳୟ (ଏୟାର ୱିଙ୍ଗ), ଦ୍ଵିତୀୟ,ସେଣ୍ଟ୍ ଜାଭିୟର ହାଇସ୍କୁଲ ସିନିୟର୍ ସେକଣ୍ଡାରୀ, ବ୍ରହ୍ମପୁର, ଆମ୍ବପୁଆ, ସ୍କାଉଟ ଓ ଗାଇଡ୍ ଟ୍ରୁପରେ ପ୍ରଥମ: ଦିଲ୍ଲୀ ପବ୍ଲିକ ବିଦ୍ୟାଳୟ , ବ୍ରହ୍ମପୁର (ଗାଇଡ୍), ଦ୍ଵିତୀୟ: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ନୀଳକଣ୍ଠ ନଗର (ଗାଇଡ୍), ସବ୍- ଜୁନିୟର୍ ଡିଭିଜନ୍ ସିଭିଲିୟାନ୍ ରେ ପ୍ରଥମ,ଗୁରୁ ନାନକ ପବ୍ଲିକ ସ୍କୁଲ, ଦ୍ଵିତୀୟ,କେ.ସି. ପବ୍ଲିକ ସ୍କୁଲ, ଜୁନିୟର୍ ଡିଭିଜନ୍ ସିଭିଲିୟାନ୍ ରେ ପ୍ରଥମ,ଅମରେଶ୍ଵର ପୋଲିସ୍ ଉଚ୍ଚ ବିଦ୍ୟାଳୟ , ଦ୍ଵିତୀୟ,ଆର୍ଦଶ ଶିଶୁ ବିଦ୍ୟା ମନ୍ଦିର, ସିନିୟର୍ ଡିଭିଜନ୍ ସିଭିଲିୟାନ୍ ରେ ପ୍ରଥମ,ତକ୍ଷଶିଳା ରେସିଡେନ୍ସିଆଲ୍ ସ୍କୁଲ, ଦ୍ଵିତୀୟ,ବ୍ରହ୍ମପୁର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲଜି, ପି.ଇ.ଟି ଜୁନିୟର୍ ଗ୍ରୁପ ରେ ପ୍ରଥମ, ଡି-ପଲ. ସ୍କୁଲ, ବ୍ରହ୍ମପୁର, ଦ୍ଵିତୀୟ, ନିଉ ଡି-ପଲ. ସ୍କୁଲ, ବ୍ରହ୍ମପୁର ଏବଂ ପି.ଇ.ଟି ସିନିୟର୍ ଗ୍ରୁପ ରେ ପ୍ରଥମ, ଗୁରୁକୁଲ ଇଣ୍ଟର୍ ନ୍ୟାସନାଲ୍ ପବ୍ଲିକ୍ ସ୍କୁଲ୍ ଦ୍ଵିତୀୟ,ସେଣ୍ଟ୍ ଜାଭିୟର ହାଇସ୍କୁଲ୍ ସିନିୟର୍ ସେକଣ୍ଡାରୀ, ବ୍ରହ୍ମପୁର, ଆମ୍ବପୁଆ ପ୍ରମୁଖ ଦଳ ଅଂଶଗ୍ରହଣ କରି ପୁରସ୍କୃତ ସହ କୃତ୍ତିତ୍ଵ ଅର୍ଜନ କରିଥିଲେ କ୍ଷ ଏହି ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତ ପ୍ରତିଯୋଗିତାମାନଙ୍କୁ ମୁଖ୍ୟଅତିଥି ଜିଲ୍ଲାପାଳଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଓ।
ସଂଧ୍ୟା ସମୟରେ ଏହି ପବିତ୍ର ଦିବସ ପାଳନ ଉପଲକ୍ଷେ ବିଜୁପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ତ୍ରିରଙ୍ଗା କନସର୍ଟ ଓ ବ୍ରହ୍ମପୁରର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ନିଜସ୍ଵ ତିଆରି ବିଭିନ୍ନ ସାମଗ୍ରୀକୁ ସେଠାରେ ପ୍ରଦର୍ଶନ ଓ ବିକ୍ରି କରଯାଇଥିଲା ଓ ଏହି ତ୍ରିରଙ୍ଗା କନସର୍ଟ କାର୍ୟ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ସଭାପତିତ୍ଵରେ ମୁଖ୍ୟଅତିଥି ବ୍ରହ୍ମପୁର ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ ଓ ଡେପୁଟି କଲେକ୍ଟର ସୁବ୍ରତ ରାମବିରାମ ଶତପଥୀ , କସ୍ତୁରୀ ସ୍ଵାଇଁ ଓ ସମସ୍ତ ଅଧିକାରୀ,କର୍ମଚାରୀ ଯୋଗ ଦେଇଥିଲେ । ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲୋକନାଥ ଶତପଥି ସମସ୍ତ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।।

Leave A Reply

Your email address will not be published.