ମା’ ଦକ୍ଷିଣ କାଳୀଙ୍କ ବାର୍ଷିକ ଯାତରା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାରେ ଶାକ୍ତ ପରମ୍ପରାର ଝଲକ ସର୍ବତ୍ର ଦେଖିବାକୁ ମିଳିଥିବା ବେଳେ ଆଶ୍ୱିନ ମାସ ଠାରୁ ମା’ ଦୁର୍ଗାଙ୍କ ମୃଣ୍ମୟ ପୂଜା ସହିତ ସମଗ୍ର ପୀଠ ପୂଜା ଓ ପାର୍ବଣରେ ସମଗ୍ର ମାଟି ମୁଖରିତ ହୋଇଉଠେ । ଏପରିକି ପ୍ରତ୍ୟେକ ଗ୍ରାମର ଇଷ୍ଟଦେବୀ ମାନଙ୍କ ପୂଜାସ୍ଥଳୀରେ ବାର୍ଷିକ ଉତ୍ସବ ଏବେ ପାରମ୍ପରିକ ପାଲଟି ସାରିଲାଣି । ବର୍ଷ ବର୍ଷ ଧରି ମା’ଙ୍କ ଚରଣ ତଳେ ଆଶ୍ରିତ ହୋଇଥିବା ଶ୍ରଦ୍ଧାଳୁମାନେ ନିଜସ୍ୱ ଉଦ୍ୟମରେ ନିଜ ଗ୍ରାମର ଯାତରା ଓ ପୂଜାକୁ ଅଗ୍ରଣୀ ରଖିବା ପାଇଁ ଭରପୁର ଉଦ୍ୟମ ମଧ୍ୟରେ ଆରାଧନା ଓ ଲୋକ ସଂସ୍କୃତି ବଞ୍ଚି ରହିଥିବା ଅନେକ ପ୍ରକାଶ କରନ୍ତି । ଏହି ଅବସରରେ ଜୟପାଟଣା ବ୍ଲକ ବାନେର ପଞ୍ଚାୟତ ଅନ୍ତର୍ଗତ ପିପଲଗୁଡା ଠାରେ ଇଷ୍ଟଦେବୀ ମା’ ଦକ୍ଷିଣ କାଳୀଙ୍କ ବାର୍ଷିକ ମହୋତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି । ଜହ୍ନି ଓଷାର ବ୍ରତ ରଖିଥିବା କୁମାରୀମାନେ ଏହି ଉତ୍ସବର ପୃଷ୍ଠପୋଷକତା କରିଥିବା ବେଳେ ସ୍ଥାନୀୟ ୟୁଥ୍ ଆଇକନ୍ କ୍ଲବ ଏହି ବାର୍ଷିକ ଉତ୍ସବ ପାଇଁ ପୂର୍ଣ୍ଣ ସହଯୋଗ କରିଥିବା ସୂଚନା ମିଳିଛି । ଏହି ଅବସରରେ ଏକ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା ଆୟୋଜନ କରାଯାଇ ଆମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନିଜ ଗ୍ରାମର ନୈତିକ ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ମାନ ସାମ୍ନାକୁ ଆସିଥିଲା । ଆୟୋଜିତ ସମାରୋହରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମାଜସେବୀ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଦକ୍ଷିଣ ଓଡ଼ିଶା ଆଦିବାସୀ ସଂଘ ସଭାପତି ଗଙ୍ଗାଧର ମାଝୀ, ବାନେର ସରପଞ୍ଚ ଗୌତମ ମାଝୀ, ସମିତି ସଭ୍ୟ ଅନନ୍ତ ପଟ୍ଟନାୟକ, ବ୍ଲକ ଆଦିବାସୀ ସଂଘ ସଭାପତି ମନୋଜ ପାତ୍ର, ପୂର୍ବତନ ସରପଂଚ ଲକ୍ଷ୍ମୀ କାନ୍ତ ମାଝୀ, ପେକ୍ସ ସଭାପତି ରାଧାକାନ୍ତ ପଣ୍ଡା, ଶିକ୍ଷକ ଶଶି ଧର ଶବର, ସ୍ଵତନ୍ତ୍ର ଅତିଥି ଚନ୍ଦନ ଶତପଥୀ ସମାଜ ସେବୀ ବଂଶୀଧର ଚଲାନ, ଅରବିନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ଅନନ୍ତ ନାରାୟଣ ପଣ୍ଡା ଓ ଦୀନବନ୍ଧୁ ଶବର ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.