oom

ବଣାଇଗଡ଼ ମହାବିଦ୍ୟାଳୟରେ ଜରୁରୀ ବୈଠକ ଅନୁଷ୍ଠିତ

jsmm

ବଣାଇ, (ହବିବ ମହମ୍ମଦ ଖାନ) : ଆଜି ବଣାଇଗଡ଼ ମହାବିଦ୍ୟାଳୟଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଜେନାମଣୀ ସାହୁଙ୍କ ଅଧକ୍ଷତାରେ ଆହୁତ ବୈଠକରେ ବିଗତ ଦିନରେ ସ୍ଵର୍ଣ୍ଣ ଜୟନ୍ତୀ ସମାରୋହର ଆୟବ୍ୟୟର ତଥ୍ୟ ପୁରାତନ ଛାତ୍ର ସଂସଦ ଅଧ୍ୟକ୍ଷ ଶୁଭେନ୍ଦ୍ର ନାଥ ମଲ୍ଲିକ ପ୍ରଦାନ କରିଥିଲେ । ସମସ୍ତ ଆଲୁମିନି ଏହାର ସମୀକ୍ଷା କରି ବଦାନ୍ୟ ବ୍ୟକ୍ତିଗଣ କଲେଜ ପାଇଁ ପ୍ରଦାନ କରିଥିବା ନଅ ଲକ୍ଷ୍ୟ ଟଙ୍କା ବଳକା ରାଶି ମୋ’ କଲେଜ ଅଭିଯାନରେ ସରକାରଙ୍କୁ ପ୍ରଦାନ କରାଯିବାର ସ୍ଥିର ହେଲା । ସମସ୍ତ ଆୟବ୍ୟୟର ଅଡିଟ ପାଇଁ ସ୍ୱତନ୍ତ୍ର ଅଡିଟ କମିଟି ଗଠନ କରାଯିବା ସ୍ଥିର ହେଲା । ସମସ୍ତ ଆଲୁମିନିଙ୍କୁ ସଭ୍ୟ ତପନ କୁମାର ଦଣ୍ଡିଆ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଏହି ବୈଠକରେ ପ୍ରେମସାଗର ମହାନ୍ତ, ପ୍ରଦୀପ କୁମାର ତ୍ରିପାଠୀ, ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ପ୍ରଦୀପ ପ୍ରଧାନ, ସରୋଜ ପ୍ରଧାନ, ଶିରାଜ ଖାନ, ମାନସ ସାହୁ. ଧନେଶ୍ୱର ମହାନ୍ତ, ଭାଗିରଥୀ ସାହୁ, ଉମାକାନ୍ତ ସାହୁ, ହବିବ ଖାନ ଏବଂ ଆହୁରି ଅନେକ ସଭ୍ୟ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.