ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଦେଓଗାଁ ତହସିଲ ଅଧିନସ୍ଥ କୁତୁର୍ଲା ରାଜସ୍ୱ କାର୍ଯ୍ୟଳୟ ସମ୍ମୁଖରେ ବେଆଇନ ଭାବେ ବାଲି ଚାଳାଣ କରାଯାଉଥିବା ବେଳେ ଟ୍ରାକ୍ଟର ନଂ ଓଡି୦୩ଏ ୫୭୮୩ ଗାଡ଼ିକୁ ସୁପରଭାଇଜ / କୁତୁର୍ଲା ଆରଆଇ ଅଧିର ନାଏକ ଅଟକ ରଖି ଯାଞ୍ଚ କରିଥିଲେ । ଯାଞ୍ଚ ପରେ ବାଲି ଚୋରା ଚାଲାଣ ହୋଇଥିବା ଜଣାପଡ଼ିବା ପରେ ୧୦ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଆରଆଇ ଶ୍ରୀ ନାୟକ କହିଛନ୍ତି ।