centurian jitm

ଦୁର୍ଗମ ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : ପୋଲିସର ତଦନ୍ତ ଜାରି

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଦୁର୍ଗମ ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ବୈପାରିଗୁଡା ପୋଲିସ ପକ୍ଷରୁ ଆଜି ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ପୋଲିସ ଜବତ କରିଛି । ଖବରରୁ ପ୍ରକାଶ ଯେ ବୋଦାପୁଟ ଜିପି ଗଇଲଖାରି ଗାଁର କିଛି ଲୋକମାନେ ଜଙ୍ଗଲକୁ ଯାଇଥିବା ବେଳେ ଏକ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ପାଇଥିଲେ ଏବଂ ସେମାନେ ବୈପାରିଗୁଡା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବୈପାରିଗୁଡା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ମୃତବ୍ୟକ୍ତିଙ୍କ ପରିଚୟ ଏପର୍ୟ୍ୟ ମିଳିପାରି ନଥିବା ବେଳେବ୍ୟକ୍ତିଙ୍କ କିଭଳି ମୃତ୍ୟୁ ହୋଇଛି ତାହା ମଧ୍ୟ ଜଣାପଡ଼ିନାହିଁ । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.