om academy

ଲାଞ୍ଚ ନେବା ବେଳେ ଧରାପଡିଲେ ପଦ୍ମପୁର ବ୍ଲକ୍ ବିଦ୍ୟୁତ୍ ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ

jsm

ରାୟଗଡା : ଲାଞ୍ଚ ନେବା ବେଳେ ଧରାପଡିଲେ ପଦ୍ମପୁର ବ୍ଲକ୍ ବିଦ୍ୟୁତ୍ ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ । ପଦ୍ମପୁର ସ୍ଥିତ ଭଡା ଘରେ ଜଣେ ଚାଷୀଙ୍କଠୁ ଜିତେନ୍ଦ୍ର ପଟ୍ଟନାୟକ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ଚଢାଉ କରି ତାଙ୍କୁ ଗରଫ କରିଥିବା ଜଣାପଡିଛି । ଘରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଟିମ୍‌ ଯାଞ୍ଚ କରି ଜବତ କରିଥିବା ଜଣାପଡିଛି । ବ୍ରହ୍ମପୁର ସହର ହିଲ୍‌ପାଟଣା ଅଞ୍ଚଳରେ ରହୁଥିବା ତାଙ୍କ ପୈତୃକ ବାସ ଭବନରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରିଥିଲା । ଚାଲକମ୍ବା ଗାଁର ଜଣେ ଚାଷୀଙ୍କ କ୍ଷେତରେ ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ପାଇଁ ଜିତେନ୍ଦ୍ର ୧୦ହଜାର ଟଙ୍କା ଲାଞ୍ଚ ନେବାକୁ ଦାବୀ କରିଥିଲେ । ଘଟଣା ସମ୍ପର୍କରେ ରାୟଗଡା ଭିଜିଲାନ୍ସକୁ ଖବର ମିଲିବା ପରେ ଭିଜିଲନ୍ସ ଟିମ୍‌ ଜାଲ ବିଛାଇ ଯନ୍ତ୍ରୀଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରିବାରେ ସକ୍ଷମ ହୋଇଥିଲେ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡ଼ିଏସପି ସୁରେନ୍ଦ୍ରନାଥ ରାୟଗୁରୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.