jayashree

ସମ୍ବଲପୁରରେ ‘ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା’ ବୁଲିଲେ କେନ୍ଦ୍ରମନ୍ତ୍ରୀ

• ଚାଷୀଙ୍କ ପାଖରେ ଆଧୁନିକ କୃଷି ଯନ୍ତ୍ରପାତି ପହଞ୍ଚାଇବାରେ ‘କୃଷି ମେଳା’ ସର୍ବୋକୃଷ୍ଟ ମାଧ୍ୟମ ହୋଇଛି- ଧର୍ମେନ୍ଦ୍ର ପ୍ରଧାନ
• ଚାଷୀମାନଙ୍କୁ ଆଧୁନିକ କୃଷି ଉପକରଣ ପ୍ରଦାନ ସହ ପୁରସ୍କୃତ କଲେ କେନ୍ଦ୍ରମନ୍ତ୍ରୀ
• ସୁନ୍ଦର, ସମୃଦ୍ଧ ଏବଂ ସମ୍ପନ୍ନ ସମ୍ବଲପୁର ତିଆରି କରିବା ଆମର ଲକ୍ଷ୍ୟ
• ରାଜ୍ୟରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି ହୋଇଛି
• ସୁଭଦ୍ରା ଯୋଜନାରେ ମାଆ ଭଉଣୀମାନେ ସଶକ୍ତ ହେଉଛନ୍ତି
• ଡବଲ ଇଞ୍ଜିନ ସରକାରରେ ସୁଭଦ୍ରା ଓ ଚାଷୀଙ୍କ ଯୋଜନାରେ ଆନୁମାନିକ ୫୫୦ କୋଟି ଟଙ୍କା ପାଇବ ସମ୍ବଲପୁର

ସମ୍ବଲପୁର, (ପିଆଇବି) : ଚାଷ ହେଉଛି ସମ୍ବଲପୁରର ଅର୍ଥନୀତି । କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ । ସମ୍ବଲପୁରର ଜନସାଧାରଣ ବିଶେଷ ଭାବରେ ‘ଅନ୍ନଦାତା’ଙ୍କ ପାଖରେ ଆଧୁନିକ କୃଷି ଯନ୍ତ୍ରପାତି ପହଞ୍ଚାଇବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା’ର ଆୟୋଜନ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ସୁଶାସନ ଦିବସ’ ଅବସରରେ ସମ୍ବଲପୁର ଜିଲ୍ଲାର ଅଇଁଠାପାଲି ଠାରେ “ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା, କୃଷି ମହୋତ୍ସବ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪-୨୫” ରେ ଯୋଗଦେଇ ଶ୍ରୀ ପ୍ରଧାନ ଚାଷୀମାନଙ୍କୁ ଆଧୁନିକ କୃଷି ଉପକରଣ ପ୍ରଦାନ କରିଛନ୍ତି । ବିଭିନ୍ନ ରକମର ଚାଷ କରୁଥିବା ଚାଷୀ, ଓ ସଂସ୍ଥାମାନଙ୍କୁ ପୁରସ୍କୃତ କରିବା ସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମ୍ବଲପୁର ସମେତ ଓଡ଼ିଶାର ଚାଷ ଓ ଚାଷୀଙ୍କୁ ଅଧିକରୁ ଅଧିକ ସଶକ୍ତ କରିବା ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ପ୍ରୟାସ କରଛନ୍ତି । ରାଜ୍ୟରେ ବିଜେପି ସରକାର ହେବା ପରେ ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି । ଓଡ଼ିଶାର ଚାଷୀମାନଙ୍କର ହିତ ପାଇଁ କ୍ୱିଣ୍ଟାଲ ପିଛା କେନ୍ଦ୍ର ସରକାରଙ୍କ ଧାନର ଏମ୍‌ଏସ୍‌ପି ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନର ଶୁଭାରମ୍ଭ ହୋଇଛି । ସମ୍ବଲପୁର ଜିଲ୍ଲାରେ ଅଧିକ ଧାନ କିଣାଯିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସୁଭଦ୍ରା ଯୋଜନାରେ ମାଆ ଭଉଣୀମାନଙ୍କୁ ସିଧାସଳଖ ଡିବିଟି ସାହାଯ୍ୟରେ ଆର୍ଥିକ ସହାୟତା ମିଳିବା ଦ୍ୱାରା ସେମାନେ ସଶକ୍ତ ହେଉଛନ୍ତି । ଏ ସବୁ ଦ୍ୱାରା ଆନୁମାନିକ ୫୫୦ କୋଟି ଟଙ୍କା ସମ୍ବଲପୁର ଜିଲ୍ଲାକୁ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ଦେଉଛନ୍ତି । ଚାଷ ସମେତ ସମ୍ବଲପୁରରେ ବୁଣାକାର ଓ ଅନ୍ୟାନ୍ୟ ଶିଳ୍ପସମୂହ ଅଛି । ସମ୍ବଲପୁରକୁ ଆଧୁନିକ ଅର୍ଥନୀତି ଭାବେ ଗଢିତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ସୁନ୍ଦର, ସମୃଦ୍ଧ ଏବଂ ସମ୍ପନ୍ନ ସମ୍ବଲପୁର ତିଆରି କରିବା ଆମର ଲକ୍ଷ୍ୟ ରହିଥିବା ବେଳେ ଚାଷ ଏହାର ମୂଳଦୂଆ ଭାବେ କାମ କରିବ । ଚାଷୀ, ମହିଳା, ଯୁବ, ପଛୁଆ ବର୍ଗର ଲୋକମାନେ ଏ ସବୁ କ୍ଷେତ୍ରରେ ନେତୃତ୍ୱ ନେବେ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ ଓ ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.