oom

ଶ୍ରୀ ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କ ଜନ୍ମୋତ୍ସବ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗବିହାର ଉମାଶଙ୍କର ପୀଠ ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ଜୀଉଙ୍କର ଜନ୍ମୋତ୍ସବ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଅଛି । ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ସଂଘର ସଭାପତି ନିତାଇ ଚରଣ ନାୟକଙ୍କ ପୌରହିତ୍ୟ ତଥା କୋଷାଧ୍ୟକ୍ଷ ଘନଶ୍ୟାମ ପାଣିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଳି ତଥା କେନ୍ଦ୍ରାପଡା ଅଂଚଳର ବହୁ ଭକ୍ତ ଏହି ଉତ୍ସବରେ ଯୋଗଦେଇ ଜୀଉଙ୍କ ପୂଜାର୍ଚ୍ଚନା କରିଥିଲେ । ପଣ୍ଡିତ ଭରତଚନ୍ଦ୍ର ତ୍ରିପାଠୀ ଓ ଦିଲ୍ଲୀପ କୁମାର ପଣ୍ଡା ପୁରୋହିତ କାର୍ଯ୍ୟ ସଂପନ୍ନ କରିଥିବା ବେଳେ କର୍ତ୍ତା ଭାବେ ଘନଶ୍ୟାମ ପାଣି ଓ ସୁଲତା ଷଡଙ୍ଗୀ ଦାୟିତ୍ୱ ନିର୍ବାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଧାରଣ ସଂପାଦକ ଭଂଜ କିଶୋର ଜେନା, ବ୍ରହ୍ମାନନ୍ଦ ବୋଇତି, ଦୈତାରୀ ଜେନା, ଅଶ୍ୱିନୀ କୁମାର ବିଶ୍ୱାଳ, ମଦନମୋହନ ରାଉତ, ସୁଦାମ ଚରଣ ସାହୁ, ବଳରାମ ସାହୁ, ଭଜରାମ ବାରିକ, ପାରେଶ୍ୱର ଦାସ, ନଳିନୀ କାନ୍ତ ପଣ୍ଡା, ପ୍ରଫେସର ପାରେଶ୍ୱର ବିଶ୍ୱରଳ, ଅଧ୍ୟାପକ ବ୍ରଜେନ୍ଦ୍ର ମହାକୁଡ, ଦୀପକ କୁମାର ନାୟକ, ପ୍ରଫୁଲ୍ଲ ସୂତାର, ଅଶୋକ କୁମାର ଦାସ, କ୍ଷୀରୋଦ ଚନ୍ଦ୍ର ଜେନା, ରଞ୍ଜନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଭକ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଏହି ଜନ୍ମୋତ୍ସବ କାର୍ଯ୍ୟକ୍ରମରେ ଅଂଚଳବାସୀଙ୍କ ମଧ୍ୟରେ ଭାବ ବିନିମୟ ସହ କରୋନା ମହାମାରୀ କବଳରୁ ପୃଥିବୀ ମୁକ୍ତ ହେଉ ବୋଲି ପ୍ରାର୍ଥନା କରାଯାଇଥିଲା । ଶେଷରେ ସାଧାରଣ ସଂପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.