ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ : ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଦୁଇ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ମାଆ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଦ୍ୱାରା ରାକ୍ଷୀ ପ୍ରସ୍ତୁତି ଶେଷ ହୋଇଛି । ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ଦୁଇଟି ଲେଖାଏଁ ୪ଟି ବଡ଼ ରାକ୍ଷୀ ପ୍ରସ୍ତୁତ ହୋଇଛି । ୨ଟି ଲେଖାଏଁ ଚାରୋଟି ଗୁଆମାଳ ବି ପ୍ରସ୍ତୁତ ହୋଇଛି । ପାଟରା ବିଶୋଇ ସେବକମାନେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ ପରେ ମହାପ୍ରଭୁଙ୍କଠାରେ ନିର୍ଘଣ୍ଟ ନୀତି ଅନୁଯାୟୀ ଲାଗି କରାଯିବ । ବଡ଼ ଠାକୁରଙ୍କ ଜନ୍ମଦିନରେ ପ୍ରଭୁ ସୁଦର୍ଶନ ସୁସଜ୍ଜିତ ବଉଦୋଳରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ମାର୍କଣ୍ଡ ପୁଷ୍କରିଣୀ କୂଳରେ ପହଞ୍ଚିବା ପରେ ଜନ୍ମ ନୀତି ସମ୍ପନ୍ନ ହେବ ।

Leave A Reply

Your email address will not be published.

error: Content is protected !!