ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଦ୍ୱାଦଶ କୁମାର ପଧାନ (ସଂକୁଳ ପ୍ରମୁଖ) ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜନକଲାଲ ମେହେର (ସମ୍ପାଦକ), ପୃଥିରାଜ ସାହୁ(ସଭାପତି) ଯୋଗ ଦେଇଥିଲେ । ଶ୍ରୀକୃଷ୍ଣଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା ଏଥିରେ ଯଦୁମଣି ଦାଶ ପୂଜକ ଦାୟିତ୍ୱ ତୂଳାଇ ଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶ୍ରୀକୃଷ୍ଣ ଜନ୍ମ ବିଷୟରେ ଧାରଣା ଦେଇଥିଲେ । ପରେ ରାଧାକୃଷ୍ଣ ବେଶଧାରୀ ଶିଶୁମାନଙ୍କ ପୂଜନ କରାଯାଇ ସୁସଜ୍ଜିତ ଦୋଳିରେ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଭଜନର ତାଳେ ତାଳେ ଶିଶୁମାନଙ୍କୁ ଦୋଳି ଝୁଲଣ କରାଯାଇ ବେଶଧାରୀ ଶିଶୁମାନଙ୍କୁ ଶ୍ରୀକୃଷ୍ଣଙ୍କ ଫଟୋ ଚିତ୍ର ଦିଆଯାଇଥିଲା । ପରେ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୨୦ ଜଣ ବେଶଧାରୀ ଶିଶୁ ସହିତ ଅଭିଭାବକ ଅଭିଭାବିକାମାନେ ଯୋଗଦେଇଥିଲେ । ଏହି ଅବସରରେ ୫ ଜଣ ଭାଇ ଭଉଣୀଙ୍କ ଜନ୍ମଦିନ ହିନ୍ଦୁ ରୀତିନୀତି ଅନୁସାରେ ପାଳନ କରାଯାଇଥିଲା । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

error: Content is protected !!